Uncategorized

ଦୁବାଇରେ ପାକ୍‌ ଖେଳାଳିଙ୍କ ହାତରେ ଭାରତୀୟ ପତାକା

ଦୁବାଇ: ପାକ୍‌ ଖେଳାଳିଙ୍କ ହାତରେ ଭାରତୀୟ ପତାକା | ଦୁବାଇରେ ଆୟୋଜିତ କରାଟେ କମ୍ବାଟ୍ ପ୍ରତିଯୋଗିତାରେ ଜଣେ ପାକିସ୍ତାନୀ ଖେଳାଳି ଜିତିବା ପରେ ନିଜ ଦେଶ ସହ ଭାରତୀୟ ପତାକା ନେଇ ମଞ୍ଚ ଉପରକୁ ଯାଇଥିଲେ। ଖେଳାଳି ଜଣଙ୍କ ହେଉଛନ୍ତି ଶାହଜୈବ ରିନ୍ଧ | ଏଭଳି କରିବା ପଛର କାରଣ ବର୍ଣ୍ଣନା କରିବାକୁ ଯାଇ ଶାହଜୈବ ରିନ୍ଧ କହିଥିଲେ ଯେ ‘‘ଏହି ଲଢ଼େଇ ଶାନ୍ତି ପାଇଁ ଥିଲା। ଆମେ ଶତ୍ରୁ ନୁହଁ, ଭାଇ ଭାଇ। ଏକାଠି ଆମେ ବହୁତ କିଛି କରି ପାରିବୁ। ଏହି ଲଢ଼େଇ ମାଧ୍ୟମରେ ଆମେ ଭାରତ ଓ ପାକିସ୍ତାନକୁ ନିକଟତର କରିବାକୁ ଉଦ୍ୟମ କରିଛୁ’’। ତାଙ୍କର ଏଭଳି ପଦକ୍ଷେପକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରିଥିଲେ। ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଉପସ୍ଥିତିରେ ଶାହଜୈବ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତର ରାନା ସିଂହଙ୍କୁ ହରାଇ ବିଜେତା ହୋଇଥିଲେ।

Related posts

୧୫ବର୍ଷ ପରେ ଏସିଆ କପ୍ ଆୟୋଜନ କରିବ ପାକିସ୍ତାନ

ସ୍ୱର୍ଣ୍ଣ ହାସଲ କରିଥିବା ହର୍ଷବର୍ଦ୍ଧନ ସାହୁଙ୍କୁ ସମ୍ବର୍ଦ୍ଧନା କଲେ ଜିଲ୍ଲାପାଳ

IWF ବିଶ୍ୱ ଯୁବ ଚାମ୍ପିଅନସିପ୍ ୨୦୨୪ରେ ଓଡ଼ିଆ ଝିଅଙ୍କ ଚମକ

Leave a Comment