Uncategorized

ଦୁବାଇରେ ପାକ୍‌ ଖେଳାଳିଙ୍କ ହାତରେ ଭାରତୀୟ ପତାକା

ଦୁବାଇ: ପାକ୍‌ ଖେଳାଳିଙ୍କ ହାତରେ ଭାରତୀୟ ପତାକା | ଦୁବାଇରେ ଆୟୋଜିତ କରାଟେ କମ୍ବାଟ୍ ପ୍ରତିଯୋଗିତାରେ ଜଣେ ପାକିସ୍ତାନୀ ଖେଳାଳି ଜିତିବା ପରେ ନିଜ ଦେଶ ସହ ଭାରତୀୟ ପତାକା ନେଇ ମଞ୍ଚ ଉପରକୁ ଯାଇଥିଲେ। ଖେଳାଳି ଜଣଙ୍କ ହେଉଛନ୍ତି ଶାହଜୈବ ରିନ୍ଧ | ଏଭଳି କରିବା ପଛର କାରଣ ବର୍ଣ୍ଣନା କରିବାକୁ ଯାଇ ଶାହଜୈବ ରିନ୍ଧ କହିଥିଲେ ଯେ ‘‘ଏହି ଲଢ଼େଇ ଶାନ୍ତି ପାଇଁ ଥିଲା। ଆମେ ଶତ୍ରୁ ନୁହଁ, ଭାଇ ଭାଇ। ଏକାଠି ଆମେ ବହୁତ କିଛି କରି ପାରିବୁ। ଏହି ଲଢ଼େଇ ମାଧ୍ୟମରେ ଆମେ ଭାରତ ଓ ପାକିସ୍ତାନକୁ ନିକଟତର କରିବାକୁ ଉଦ୍ୟମ କରିଛୁ’’। ତାଙ୍କର ଏଭଳି ପଦକ୍ଷେପକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରିଥିଲେ। ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଉପସ୍ଥିତିରେ ଶାହଜୈବ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତର ରାନା ସିଂହଙ୍କୁ ହରାଇ ବିଜେତା ହୋଇଥିଲେ।

Related posts

ବ୍ୟାଡମିଣ୍ଟନ ଚାମ୍ପିଅନସିପ ଫାଇନାଲରେ ଆୟୁଷ୍

Odisha Sports Bureau

ବ୍ଲକସ୍ତରୀୟ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ

Odisha Sports Bureau

ବାସ୍କେଟ ବଲ ବିଶ୍ୱ କପରେ ସ୍ପେନର ବିଜୟ

Odisha Sports Bureau