Cricket

କୁନ୍ଦୁରା କ୍ରିକେଟ ଆସୋସିଏସନ ଆନୁକୂଲ୍ୟ ରେ KPL ସିଜିନ-3 ଉଦଘାଟିତ

କୁନ୍ଦୁରା / ହରିଶ  ବେହେରା: କୁନ୍ଦୁରା ବ୍ଲକ ଅରବିନ୍ଦ ଶିକ୍ଷା ନିକେତନ ଖେଲ ପଡିଆ ଠାରେ ଚଳିତ   KPL-3 ଉଦଘାଟିତ ହୋଇଯାଇଛି l ଆୟଜକ କୁନ୍ଦୁରା କ୍ରିକେଟ ଆସୋସିଏସନ  ଦ୍ୱାରା ଏକ ବାଇକ ରାଲି ମାଧ୍ୟମରେ କୁନ୍ଦୁରା ହନୁମାନ ମନ୍ଦିର ଠାରେ ପୂଜାର୍ଚନା ଓ ମଶାଲ୍ ପ୍ରଜ୍ବଳନ କରି ପଡିଆକୁ ପହଞ୍ଚି ଥିଲେ l ପଡିଆ ରେ ମସାଲା ସ୍ଥାପନା ପରେ ଉଦ୍ଘାଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଉଦ୍ଘାଟନୀ ଉଚ୍ଛବ ରେ କୁନ୍ଦୁରା ବ୍ଲକ ଚେୟାରମ୍ୟାନ ରାଜେଶ୍ୱରୀ ପରଜା ଓ ଭାଇସ ଚେୟାରମ୍ୟାନ ତରୁଣୀ ସେନ ବିଶୋଇ ଉଦ୍ଘାଟନ କରିଥିଲେ l ଏଥିସହ ସଂମ୍ମାନିତ ଅତିଥି  ଅନ୍ୟ ସହଯୋଗୀ ତଥା 7 ଟି କ୍ରିକେଟ ଟିମ୍ ର କ୍ରୟକର୍ତ୍ତା 7 ଜଣ ଉପସ୍ଥିତ ରହି ଉଦ୍ଘାଟନୀ ଉଚ୍ଛବ ଦ୍ବିଗୁଣିତ କରିଥିଲେ l ଏହି ସିଜନ୍ କୁ ନେଇ 3 ଟି ସିଜନ୍ ହୋଇଥିବା ବେଳେ ଦର୍ଶକ ଓ ଆଗ୍ରହୀ ଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆସନ୍ତା ସିଜନ୍ ରେ ଆଉ କିଛି ନୁଆଁ ଦଳ ଙ୍କୁ ସ୍ଥାନ ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଆୟୋଜନ ମାନେ କହିଥିଲେ l ଏହି KPL ସିଜନ -3 ରେ ରନର୍ସ ପାଇଁ – 20 ହଜାର ଏବଂବିଜେତା ପାଇଁ 30 ହଜାର ଟଙ୍କା ସହ କୋପ୍ ରଖାଯାଇଛି l ପ୍ରତେକ ଦିନର ମ୍ୟାଚ ରେ ମେନ୍ ଅଫ ଦା ମେଚ ପାଇଁ 2 ସହ ଟଙ୍କା ଓ କୋପ୍ ଦିଆଯାଉଥିବା ବେଳେ ଶେଷକୁ ମେନ୍ ଅଫ ଡା ସିରିଜ୍ ଓ ଅନ୍ୟ ପୁରସ୍କାର ଆଦିର ବ୍ୟବସ୍ଥା ମଧ୍ୟ କରାଯାଇଛି l ବିଗତ ଦୁଇ ବର୍ଷ ଠାରୁ ଚଳିତ ବର୍ଷ ଏହି KPL ପ୍ରତି କୁନ୍ଦୁରା ଅଞ୍ଚଳର ଖେଲ ପ୍ରେମୀ ଓ ଦର୍ଶକ ଙ୍କ ଆଗ୍ରହ ବହୁତ ଅଧିକା ଦେଖି ଆୟୋଜକ ଆସୁସିଏସନ ର ମନବଳ ବଢିଥିବା ସହ ଆହୁରି ଭଲ ଆୟୋଜନ ପ୍ରତି ମନ ବଳାଇଥିବା ଦେଖିବାକୁ ମିଳିଛି l

Related posts

ତାଙ୍କ ବାପା କୁଣ୍ଡଳୀ ପଢି ତାଙ୍କୁ କ୍ରିକେଟର କରିଥିଲେ,ଏହା ହେଉଛି ଭାରତୀୟ ମହିଳା କ୍ରିକେଟ ଦଳର ନୂତନ ବୋଲର ବୈଷ୍ଣବୀଙ୍କ କାହାଣୀ

Odisha Sports Bureau

ପୂରନଙ୍କ ପେଟରେ ଅର୍ଶଦୀପଙ୍କ ବଲ୍‌ ଛାପ

Odisha Sports Bureau

ହ୍ୱାଇଟ୍ ବଲ ଫର୍ମାଟରେ ଶେଷ ହୋଇପାରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ? ବିସିସିଆଇ ଏକ ବଡ ନିଷ୍ପତ୍ତି ନେଇପାରେ

Odisha Sports Bureau