Cricket

ଟି -୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ

ମେଲ୍ବର୍ଣ୍ଣ : ଆଗାମୀ ଟି-୨୦ ବିଶ୍ୱକପ୍ ଲାଗି ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଭାରତ ଏବଂ ଆଫଗାନିସ୍ତାନ ପରେ ଏବେ ଦଳ ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ବୋର୍ଡ ପକ୍ଷରୁ ଘୋଷଣା ହୋଇଥିବା ଏହି ଦଳରେ ଅନେକ ଚକିତ କଲା ଭଲି ନାଁ ରହିଛି। ଏହା ସହିତ ଦଳର ବରିଷ୍ଠ ଖେଳାଳି ଷ୍ଟିଭ୍ ସ୍ମିଥ୍ ଙ୍କୁ ବିଶ୍ୱକପ୍ ଟିମ୍ ରେ ସ୍ଥାନ ମିଳିନଥିବା ବେଳେ ମିଚେଲ ମାର୍ଶଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଆସନ୍ତା ଜୁନ୍ ୧ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍ ୨୦୨୪ । ଏଥିପାଇଁ ସବୁ କ୍ରିକେଟ୍ ବୋର୍ଡ ନିଜ ନିଜ ଦଳ ଘୋଷଣା କରୁଛନ୍ତି । ଏହି କ୍ରମରେ ପ୍ରଥମ ନ୍ୟୁ ଜିଲାଣ୍ଡ, ପରେ ଦକ୍ଷିଣ ଆଫ୍ରିକା, ପରେ ଭାରତ ଏବଂ ଆଫଗାନିସ୍ତାନ ନିଜ ନିଜର ଦଳ ଘୋଷଣା କରି ସାରିଛନ୍ତି । ଆଉ ମେ ପହିଲା ଦିନ ଅଷ୍ଟ୍ରେଲିଆ ବୋର୍ଡ ନିଜର ୧୫ ଜଣିଆଣି ଦଳ ଘୋଷଣା କରିଛି । ଏଥିରେ ଅନେକ ଯୁବ ଖେଳାଳିଙ୍କୁ ସାମିଲ କରାଯାଥିବା ବେଳେ ଅନୁଭବି କ୍ରିକେଟ୍ରଙ୍କୁ ବାଦ୍ ଦିଆଯାଇଛି । ଯେପରି କି ବ୍ୟାଟର ଷ୍ଟିଭ୍ ସ୍ମିଥ୍, ପେସର୍ ଜେସନ୍ ବେହରେନ୍ ଡ୍ରଫ , ଅଲରାଉଣ୍ଡର ମେଟ ସର୍ଟଙ୍କ ଙ୍କୁ ବାଦ୍ ଦିଆଯାଇଛି । ସେହିପରି କଙ୍ଗାରୁ ଟିମ୍କୁ ଫେରିଛନ୍ତି ବାମହାତୀ ସ୍ପିନର ଆଷ୍ଟନ ଆଗର । ୨୦୨୨ରେ ଅଷ୍ଟ୍ରେଲିଆ ମାଟିରେ ଗତ ଟି-୨୦ ବିଶ୍ୱକପ୍ ରେ ଏହି ଫର୍ମାଟରୁ ବାଦ୍ ପଡିଥିଲେ । ତାପରେ ବି ବୋର୍ଡ ତାଙ୍କ ଉପରେ ଭରସା କରିଛି । ଏହାବାଦ୍ ମାର୍କସ ଷ୍ଟୋଇନିସ, ଗ୍ଲେନ ମାକ୍ସୱେଲ୍, ଟିମ୍ ଡେଭିଡ୍ ଏବଂ କ୍ୟା ମେରୁନ ଗ୍ରୀନଙ୍କ ପରି ଦୁର୍ଦ୍ଦଶବ୍ୟାଟର ଏବଂ ଅଲରାଉଣ୍ଡର ଭାବେ ଦଳରେ ସାମିଲ କରାଯାଇଛି । ମିଚେଲ୍ ମାର୍ସଙ୍କୁ ଏହି ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଆଗାମୀ ଦିନରେ ଅଷ୍ଟ୍ରେଲିଆ ଟି-୨୦ ଟିମ୍ ରେ ନିୟମିତ କ୍ୟାପଟେନ ଭାବେ ମିଚେଲ୍ ମାର୍ସଙ୍କୁ ଦେଖିବାକୁମିଳିବ । ମାର୍ସ ଗତ ୧୨ ମାସ ହେଲା ଅଷ୍ଟ୍ରେଲିଆ ଟି-୨୦ ଟିମ୍ ରେ ଅନ୍ତରୀଣ ଅଧିନାୟକ ଭାବେ ଦାୟିତ୍ୱ ସମ୍ଭାଳୁଥିଲେ। ଫୁଲଟାଇମ୍ ଅଧିନାୟକ ଭାବେ ମିଚେଲ୍ ମାର୍ସଙ୍କୁ ଏହା ସବୁଠୁ ବଡ଼ ଟୁର୍ଣ୍ଣା ମେଣ୍ଟ । ଅଧିନାୟକ ପଦ ମିଳିବା ପରେ ମାର୍ସ କହିଛହିନ୍ତି ଯେ, ନିଜ ଦେଶ ପାଇଁ ଖେଳିବା ଏକ ସମ୍ମାନର ଅଧିକାର । ଏହା ସହିତ ବିଶ୍ୱକପ୍ ରେ ଟିମ୍ ର ଅଧିନାୟକ ଦାୟିତ୍ୱ ନେବା ଆହୁରି ବଡ଼ କଥା । ଚଳିତ ଟୁର୍ଣ୍ଣା ମେଣ୍ଟରେ ଆମ ଟିମ୍ ନିଶ୍ଚିତ ଭାବେ ଭଲ କରିବ ବୋଲି ଦୃଢ ଭରସା ରହିଛି । ୧୫ ଜଣିଆଣି ଅଷ୍ଟ୍ରେଲିଆ ଟିମ୍- ମିଚେଲ୍ ମାର୍ସ (ଅଧିନା ଧି ୟକ), ଆଷ୍ଟନ ଏଗର, ପ୍ୟାଟ୍ କମିନ୍ସ, ଟିମ୍ ଡେଭିଡ୍, ନାଥନ ଏଲିସ, କ୍ୟାମେରୁନ୍ ଗ୍ରୀନ୍, ଜୋ ଶ ହେଜଲହୁଡ୍, ଟ୍ରାଭିସ୍ ହେଡ୍, ଜୋଶ୍ ଇଙ୍ଗିସ୍, ଗ୍ଲେନ ମାକ୍ସୱେଲ୍, ମିଚେଲ୍ ଷ୍ଟାର୍କ, ମାର୍କସ ଷ୍ଟୋଇନିସ୍, ମ୍ୟାଥୁ ଓ୍ୱେଡ୍, ଡେଭିଡ୍ ଓ୍ୱାର୍ଣ୍ଣର, ଆଡମ ଜାମ୍ପା, ସୂଚନାଯୋଗ୍ୟ ଯେ, ଯୁକ୍ତ ରାଷ୍ଟ୍ର ଆମେ ରିକା ଏବଂ ଓ୍ୱେଷ୍ଟଇଣ୍ଡିଜ୍ରେଜ୍ ହେବାକୁଯାଉଛି ଚଳିତ ବର୍ଷର ଟି-୨୦ ବିଶ୍ୱକପ୍ । ଏହି ମ୍ୟାଚ ଜୁନ୍ ୧ରୁ ଆରମ୍ଭ ହେବାକୁଯାଉ ଥିବା ବେଳେ ଏହା ଜୁନ ୨୯ ତାରିଖ ପର୍ୟ୍ୟ ନ୍ତ ଚାଲିବ ।

Related posts

ଅସୁସ୍ଥତା କାରଣ ହେତୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ବାଦ ପଡ଼ିଲେ ଅଷ୍ଟ୍ରେଲିଆ ଦଳର ଦ୍ରୁତ ବୋଲର କେନ

Odisha Sports Bureau

କୋରୋନାରେ ଚାଲିଗଲେ ଆରପି ସିଂହଙ୍କ ବାପା

Odisha Sports Bureau

୪୦୮ ରନରେ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ପରିସମାପ୍ତି, ଭାରତଠାରୁ ୧୬୩ ରନରେ ଆଗୁଆ

Odisha Sports Bureau