Cricket

ଆଜି ମୁହାଁ ମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ ଆଜିର ଟୁର୍ଣ୍ଣା ମେଣ୍ଟରେ ଖେଳାଯିବ ୫୬ ତମ ମ୍ୟାଚ୍ । ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ ରେ ମୁହାଁ ମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ । । ପ୍ଲେ- ଅପ୍ ରେସ୍ ପାଇଁ ଦିଲ୍ଲୀ କ୍ୟାପିଟାଲକୁ ଏହି ମ୍ୟାଚ ରେ ବିଜୟୀ ହେବାକୁ ପଡିବ । ହେଲେ ଏତେ ସହଜ ନୁହେଁ । ପୂର୍ବରୁ ଏକପ୍ରକାର ପ୍ଲେ-ଅପ୍ ପାଇଁ କ୍ୱାଲିଫାଏ କରିସାରିଛି ରାଜସ୍ଥାନ ରୟାଲ୍ସ । ବର୍ତ୍ତମାନ ସୁଦ୍ଧା ରାଜସ୍ଥାନ ରୟାଲ୍ସ ୧୦ଟି ମୁକାବିଲା ଖେଳିସାରିଛି । ଯେଉଁରେଥି ୮ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାସ୍ତ ହୋଇଛି । ମୋଟ ୧୬ଅଙ୍କ ସହ ପଏଣ୍ଟ ଟେବୁଲ ର ୨ୟ ସ୍ଥାନରେ ରହିଛି ହାର୍ଦ୍ଦିକ ବାହିନୀ । ତେବେ ଦଳ ଏକପ୍ରକାର ପ୍ଲେ-ଅପ ରେ ନିଜକୁ କ୍ୱାଲିଫାଏ କରିସାରିଛି । ତଥାପି ଶେଷ ଚାରୋଟି ମ୍ୟାଚ୍ ଜିତି ଦଳ ଟୁର୍ଣ୍ଣା ମେଣ୍ଟ ଶେଷ କରିବାକୁ ଟାର୍ଗେଟ ରଖିଛି । ଚଳିତ ଟୁର୍ଣ୍ଣା ମେଣ୍ଟରେ ଦଳରେ ଷ୍ଟାର ଖେଳାଳି ଭରପୁର ରହିଛନ୍ତି । ସେପଟେ ପନ୍ଥଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ଏବେ ଯାଏଁ ୧୧ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୫ଟିରେ ବିଜୟୀ ହୋଇଥିବା ବେଳେ ୬ଟିରେ ପରାସ୍ତ ହୋଇଛି । ଦଳ ୧୦ ଅଙ୍କ ସହ ପଏଣ୍ଟ ଟେବୁଲ ରେ ୪ର୍ଥ ସ୍ଥାନରେ ରହିଛି । ଚଳିତ ଟୁର୍ଣ୍ଣା ମେଣ୍ଟରେ ଏବେ ଚମତ୍କାର ଫର୍ମରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ପୂର୍ବରୁ କିଛି ମ୍ୟାଚ୍ ହାରିଥିବା ବେଳେ ଭଲ କମବ୍ୟାକ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଯାହାଫଳରେ ନିଜକୁପ୍ଲେ- ଅପ୍ ରେସ୍ ରେ ଜୀବିତ ରଖିଛି । ତେଣୁ ଆଜିର ମ୍ୟାଚ ରେ ଜବରଦସ୍ତ ଖେଳ ପ୍ରଦର୍ଶନର ଆଶା ରହିଛି ।

Related posts

ଶ୍ରୀଲଙ୍କା ସିରିଜ ପୂର୍ବରୁ ଧୱନ-ଭୁବିଙ୍କ ଭିତରେ ଲଢେଇ

Odisha Sports Bureau

ବିଶାଳ ଟାର୍ଗେଟ ପଥରେ ନିଉଜିଲାଣ୍ଡ୍‌

Odisha Sports Bureau

ବିଶ୍ୱକପ ପରେ ଦିନିକିଆରୁ ଅବସର ନେବେ ଗେଲ

Odisha Sports Bureau

Leave a Comment