Cricket

IPL 2024, ହାଇଦ୍ରାବାଦ ପାଇଁ ବରଦାନ ସାଜିଲା ବର୍ଷା, ବିନା ଛକା ଚୌକ ଏବଂ ବିନା ମ୍ୟାଚରେ ପ୍ଲେ ଅଫ୍‌ରେ ପାଟ୍ କମିନ୍ସଙ୍କ ଟିମ

ଆଇପିଏଲ୍ ୨୦୨୪ ସିଜିନରେ କାହା ପାଇଁ ଭିଲେନ ତ କାହା ପାଇଁ ହିରୋ ସାଜିଲା ବର୍ଷା। ଗତ କଲି ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳା ଯିବାର ଥିଲା। ମାତ୍ର ବର୍ଷା ଯୋଗୁଁ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ହେବାକୁ ଥିବା ମୁକାବିଲାରେ ଟସ୍ ବି ପଡ଼ି ପାରିଲା ନାହିଁ। ଯାହାଫଳରେ ଶେଷରେ ମ୍ୟାଚ୍ ବାତିଲ ହୋଇଛି। ଯେଉଁ କାରଣରୁ ବର୍ଷା ହାଇଦ୍ରାବାଦ ପାଇଁ ବରଦାନ ସାଜିଥିବା କୁହାଯାଉଛି | ହାଇଦ୍ରାବାଦ ଓ ଗୁଜରାଟକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ର୍ଷା ବାତିଲ ହେବାରୁ ଏକ ପଏଣ୍ଟ ସହ ହାଇଦ୍ରାବାଦ ଚଳିତ ସଂସ୍କରଣରେ ତୃତୀୟ ଦଳ ଭାବେ ପ୍ଲେ ଅଫ୍ରେ ପ୍ରବେଶ କରିଛି। ଖରାପ ନେଟ୍ ରନ ରେଟ୍ କାରଣରୁ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛନ୍ତି।

ଏହି ସିଜିନ୍ରେ ଗୁଜରାଟ ଓ ହାଇଦ୍ରାବାଦ ଦଳ ମଧ୍ୟରେ ଏହା ଦ୍ଵିତୀୟ ମୁକାବିଲା। ଏହା ପୂର୍ବରୁ ମାର୍ଚ୍ଚ ୩୧ ତାରିଖରେ ଅହମ୍ମଦାବାଦରେ ମୁକାବିଲା ଥିଲା, ଯେଉଁଥିରେ ଗୁଜରାଟ ୭ ଓ୍ଵିକେଟ୍ରେ ବାଜି ମାରି ନେଇଥିଲା। ତେବେ ଆଜିର ମୁକାବିଲା ଜିତି ପ୍ଲେ ଅଫ୍ରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଥିଲା ହାଇଦ୍ରାବାଦ। ବର୍ଷା କାରଣରୁ ମ୍ୟାଚ୍ ବାତିଲ ହେବାରୁ ଗୋଟିଏ ପଏଣ୍ଟ ଏବଂ ମୋଟ୍ ୧୫ ପଏଣ୍ଟ ସହ ପ୍ଲେ ଅଫ୍ରେ ପ୍ରବେଶ କରିଛି। ଦଳ ହାତରେ ଆଉ ଗୋଟିଏ ମୁକାବିଲା ରହିଛି। ଦଳ ଏ ପର୍ଯ୍ୟନ୍ତ ୧୩ଟି ମ୍ୟାଚ୍ରୁ ୭ ବିଜୟ ଓ ୫ ପରାଜୟ ଭୋଗିଛି।

ଅନ୍ୟପଟେ ଗୁଜରାଟ ୧୪ଟି ମୁକାବିଲାରୁ ୫ଟି ଜିତିଥିବା ବେଳେ ୭ଟି ହାରିଛି। ୨ଟି ମୁକାବିଲା ବର୍ଷା ଯୋଗୁଁ ବାତିଲ ହୋଇଛି। ଏହିପରି ଦଳ ୧୨ ଅଙ୍କ ସହ ଟେବୁଲର ୮ମ ସ୍ଥାନରେ ରହି ଆଇପିଏଲ୍ ୨୦୨୪ରେ ନିଜର ଅଭିଯାନ ଶେଷ କରିଛି। ବର୍ଷା ଯୋଗୁଁ ଆଜିର ମ୍ୟାଚ୍ରେ ଟସ୍ ବି ପଡ଼ି ପାରିନାହିଁ।

Related posts

ଭାରତୀୟ ଦଳର କୋଚ ପାଇଁ ଆଗ ଧାଡ଼ିରେ ଜୟବର୍ଦ୍ଦନେ

ରାଜସ୍ଥାନରେ ବୈଭବ ସୂର୍ଯ୍ୟବଂଶୀଙ୍କ ଭାଗ୍ୟ ବଦଳି ଯିବ କି?

Odisha Sports Bureau

୧୪ ଦିନ ହୋମ୍ ଆଇସୋଲେସନରେ ରହିବେ ଦକ୍ଷିଣଆଫ୍ରିକା ଖେଳାଳୀ

Odisha Sports Bureau