Cricket

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହୋଇପାରନ୍ତି ଗୌତମ ଗମ୍ଭୀର !

 

କିଏ ହେବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍? ରାହୁଲ ଦ୍ରାବିଡ଼ଙ୍କ ପରେ କିଏ ହେବେ ଟିମ୍ ଇଣ୍ଡିଆର କୋଚ୍ ? ଏହି ଦୁଇଟି ବଡ଼ ପ୍ରଶ୍ନ ଏବେ ସଭିଙ୍କ ମନରେ ଉଙ୍କି ମାରୁଛି | ଏହାରି ଭିତରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଗୌତମ ଗମ୍ଭୀର ଏହି ପଦ ଗ୍ରହଣ କରିବେ ବୋଲି ଜଣା ପଡିଛି | କାରଣ ଗୌତମ ଗମ୍ଭୀରଙ୍କ ପାଖରେ ଭଲ ପ୍ରଶିକ୍ଷଣ ଅଭିଜ୍ଞତା ରହିଛି । ଅର୍ଥାତ ସମ୍ଭାବ୍ୟ କୋଚ୍‌ ତାଲିକାରେ ପ୍ରଥମ ପସନ୍ଦ ପାଲଟିଛନ୍ତି ଗମ୍ଭୀର। ଏଭଳି ସ୍ଥିତିରେ ଆଇପିଏଲ୍‌ ଶେଷ ହେବା ପରେ ଅଧିକ ଆଲୋଚନା ହେବା ଆଶା କରାଯାଉଥିବା ଇଏସପିଏନ୍ କ୍ରିକଇନଫୋର (ESPNcricinfo) ରିପୋର୍ଟରେ ଦର୍ଶାଯାଇଛି।

୪୨ ବର୍ଷୀୟ ଗମ୍ଭୀରଙ୍କ ଅନ୍ତର୍ଜାତୀୟ କିମ୍ବା ଘରୋଇସ୍ତରରେ କୋଚ୍‌ ଭାବେ କୌଣସି ଅଭିଜ୍ଞତା ନାହିଁ। ହେଲେ ସେ ଆଇପିଏଲ୍‌ରେ ୨ ଫ୍ରାଞ୍ଚାଇଜ୍‌ରେ ମେଣ୍ଟର ରହିଆସିଛନ୍ତି। ୨୦୨୨ ଏବଂ ୨୦୨୩ରେ ସେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ମେଣ୍ଟର ଥିବା ବେଳେ ଦଳ ପ୍ଲେଅଫ୍‌ରେ ପହଞ୍ଚିଥିଲା। ଚଳିତ ଆଇପିଏଲ୍‌ ୨୦୨୪ରେ ସେ କୋଲକାତା ନାଇଟ୍‌ ରାଇଡର୍ସରେ ଯୋଗଦେଇଥିଲେ। ତାଙ୍କ ପରାମର୍ଶରେ ଦଳ ପ୍ରଥମ ଦଳ ଭାବେ ଟୁର୍ନାମେଣ୍ଟ ପ୍ଲେଅଫ୍‌ ଖେଳିବାକୁ ଯାଉଛି।

କ୍ରିକେଟର ଭାବେ କ୍ୟାରିୟର ଦେଖିଲେ ଗମ୍ଭୀର ୨୦୦୭ରେ ଭାରତର ଟି୨୦ ବିଶ୍ୱକପ୍‌ ବିଜୟ ଏବଂ ୨୦୧୧ ଦିନିକିଆ ବିଶ୍ୱକପ୍‌ ବିଜୟର ଅଂଶ ଥିଲେ। ସେ ୨୦୧୧ରୁ ୨୦୧୭ ଯାଏ ୭ ଆଇପିଏଲ୍‌ ସିଜନ୍‌ ପାଇଁ କେକେଆର୍‌ ଅଧିନାୟକ ଥିଲେ। ଏହି ସମୟରେ ଦଳ ୫ ଥର ପ୍ଲେଅଫ୍‌ ଖେଳିଥିଲା। ଏପରିକି ୨୦୧୨ ଏବଂ ୨୦୧୪ରେ ଟାଇଟଲ୍‌ ଜିତିଥିଲା। ଗତ ସପ୍ତାହରେ ଭାରତର ପୁରୁଷ ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ବିସିସିଆଇ ଆବେଦନ ଆହ୍ବାନ କରିଛି। ଏଥିରେ ଚୟନ ହେବାକୁ ଥିବା କୋଚ୍‌ ଜୁଲାଇ ୨୦୨୪ରୁ ଡିସେମ୍ବର ୨୦୨୭ ଯାଏ କାର୍ଯ୍ୟଭାର ସମ୍ଭାଳିବେ।

 

Related posts

ବିରାଟ କୋହଲି ସମ୍ଭାଳି ନେବେ.. ଅଗରକରଙ୍କ ଏହି ବୟାନକୁ ନେଇ କଣ କହିଲେ ପାକିସ୍ତାନକ କ୍ରିକେଟର

Odisha Sports Bureau

ICC 2027 ମସିହାରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ସ୍ଥାନ ଚୂଡ଼ାନ୍ତ…

ଇଣ୍ଡିଆ ହାତରେ ଏସିଆ କପ

Odisha Sports Bureau