Cricket

କୌଣସି ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ହେଡ କୋଚ ପାଇଁ ଅଫର ଦିଆଯାଇ ନାହିଁ; ବିସିସିଆଇ

ନୂଆଦିଲ୍ଲୀ: କିଏ ହେବ ଭାରତୀୟ କ୍ରିକେଟ୍ ଟିମର ନୂଆ କୋଚ୍ ? ଏନେଇ  ଚିନ୍ତାରେ ବିସିସିଆଇ । ତେବେ  ଟି-୨୦ ବିଶ୍ବକପ ପରେ ହେଡ୍ କୋଚ୍ ରାହୁଲ ଦ୍ରାବିଡ ଙ୍କ  କାର୍ୟ୍ୟ କାଳ ଶେଷ ହେଉଛି । ଏହା ପୂର୍ବରୁ  ନୂତନ କୋଚ୍ ନିଯୁକ୍ତି ନେଇ ବିସିସିଆଇ ଆହ୍ବାନ ଦେଇଛି । ତେବେ  ଏଥିରେ  କିଛି ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ  ବିସିସିଆଇ ପ୍ରସ୍ତାବ ଦେଇଥିବା କୁହାଯାଉଛି ।  ମାତ୍ର କୌଣସି ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ଏହି ଅଫର ଦିଆଯାଇ ନାହିଁ ବୋଲି ବିସିସିଆଇ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି ।
 ଅଷ୍ଟେଲିଆ ଟିମର ପୂର୍ବତନ କୋଚ୍ ଜଷ୍ଟିନ୍ ଲାଙ୍ଗର ଏବଂ ଚାମ୍ପିଅନ ଅଧିନାୟକ ରିକି ପଏଣ୍ଟିଂ ଙ୍କୁ କୋଚ୍ ହେବାକୁ ବିସିସିଆଇ ପ୍ରସ୍ତାବ ଦେଇଥିବା ସେ ଦାବି କରିଥିଲେ ଏବଂ ଅଫରକୁ ସେ ପ୍ରତ୍ୟାଖନ କରିଥିବା କହିଥିଲେ । ହେଲେ ଏହାକୁନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ସ୍ପଷ୍ଟୀକରଣ ଦେଇଛି । କୌ ଣସି ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ହେଡ୍ କୋଚ୍ ପାଇଁ ଅଫର ଦିଆଯାଇନାହିଁ ବୋଲି ବିସିସିଆଇ କହିଛି । ଜଷ୍ଟିନ୍ ଲାଙ୍ଗର ଆଇପିଏଲରେ ଲକ୍ଷ୍ନୌ ସୁପର ଜାଏଣ୍ଟସର କୋଚ୍ ଅଛନ୍ତି । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ମୁଖ୍ୟ କୋଚ୍ ଅଛନ୍ତି ରିକି ପଏଣ୍ଟିଂ । କିନ୍ତୁ  ଲାଙ୍ଗର କହିଛହିନ୍ତି, ଚଳିତ ଆଇପିଏଲ ସିଜିନ  ଭିତରେ ତାଙ୍କୁ ଭାରତୀୟ ଟିମର ମୁଖ୍ୟ କୋଚ୍ ହେବା ପାଇଁ ଆଲୋଚନା କରାଯାଇଥିଲା । ଏବଂ ଟିମ୍ ଇଣ୍ଡିଆର କୋଚ୍ ହେବା ଚାପ ଯୁକ୍ତ କାମ ।
 ମାତ୍ର ବିସିସିଆଇ ସେକ୍ରେଟାରୀ ଜୟ ଶାହ, ଏହି ଦୁଇ ଅଷ୍ଟେଲିଆ ପୂର୍ବତନ ଖେଳାଳିଙ୍କ ଦାବିକୁ ଖାରଜ୍ କରିଛନ୍ତି । ବିସିସିଆଇ ଅଷ୍ଟ୍ରେଲିଆ ଖେଳାଳିଙ୍କ ସହିତ ଏ ବାବଦରେ କୌଣସି ପ୍ରକାର ଆଲୋଚନା ହୋଇନାହିଁ  ବୋଲି ମତ ଦେଇଛନ୍ତି  । ମିଡିଆରେ ଯେଉଁ ସବୁ ଖବର ଆସୁଛି, ସେ ସବୁ ମିଛ । ଜୟ ଶାହ ଇସାରା ଇସାରା  ରେ ଏହା ମଧ୍ୟ କହିଛ ନ୍ତି ଯେ , ବିସିସିଆଇ ଭାରତୀୟଙ୍କୁ ଟିମ୍ ଇଣ୍ଡିଆର କୋଚ୍ କରିବାକୁଚାହୁଁଛି। ହେଚ୍ କୋଚ୍ ନିଯୁକ୍ତି ଆବେଦନ ପାଇଁ ଆହ୍ବା ନ ଦିଆଯାଇଛି । ଧାର୍ୟ୍ୟ ସମୟରେ ଭିତରେ ସମସ୍ତ ଆବେଦନକୁ ତର୍ଜମା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।

Related posts

ସ୍ମୃତି ମନ୍ଧାନାଙ୍କୁ ୩କୋଟି ୪୦ ଲକ୍ଷରେ କିଣିଲା ଆରସିବି

Odisha Sports Bureau

ବିଜେପି ରୁ ଲଢିବେ ବୀରେନ୍ଦ୍ର ସେହ୍ୱାଗ

Odisha Sports Bureau

ଆଫଗାନିସ୍ତାନ ଖେଳାଳି ରାସିଦ ଖାନଙ୍କୁ ୧୦ କୋଟି ଟଙ୍କା ଦେଇଛନ୍ତି ରତନ ଟାଟା? ଟ୍ୱିଟ୍ କରି ଜବାବ ଦେଲେ ରତନ ଟାଟା

Odisha Sports Bureau