Cricket

ଭାରତର ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ ନୂଆ ତଥ୍ୟ

ନୂଆଦିଲ୍ଲୀ: ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ମଝିରେ ପଶିଲା କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ତିଆରି ହେଲା ନୂଆ କାର୍ଯ୍ୟସୂଚୀ । ଓମିକ୍ରନର ସଂକ୍ରମଣକୁ ନଜରରେ ରଖି ଭାରତ-ଦକ୍ଷିଣ ଆଫ୍ରିକା ସିରିଜକୁ ୯ ଦିନ ଘୁଞ୍ଚାଇଛି ବିସିସିଆଇ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କେବଳ ଟେଷ୍ଟ ଏବଂ ଦିନିକିଆ ସିରିଜ୍ ଖେଳାଯିବ। ଟେଷ୍ଟ ସିରିଜ୍ର ତାରିଖ ମଧ୍ୟ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ପ୍ରଥମ ଟେଷ୍ଟ ଡିସେମ୍ବର ୧୭ ପରିବର୍ତ୍ତେ ଡିସେମ୍ବର ୨୬ରେ ଖେଳାଯିବ। ଏହାର ଘୋଷଣା ବିସିସିଆଇର ବାର୍ଷିକ ସାଧାରଣ ବୈଠକ ପରେ କରାଯାଇଛି। କ୍ରିକେଟ୍ ଦକ୍ଷିଣ ଆଫ୍ରିକା ମଧ୍ୟ ତାରିଖ ପରିବର୍ତ୍ତନର ସୂଚନା ଦେଇଛି।

ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଉଭୟ ବୋର୍ଡ ସିରିଜକୁ ନେଇ ଆଲୋଚନା କରିଥିଲେ । ଓମିକ୍ରନ ଭାରିଏଣ୍ଟ କାରଣରୁ ଅନେକ ଦେଶ ଦକ୍ଷିଣ ଆଫ୍ରିକା ସହ ନିଜର ବିମାନ ସେବା  ବାତିଲ୍ କରିବା ସହ ଯାତ୍ରା ଉପରେ ମଧ୍ୟ କଟକଣା ଲଗାଇଛି। ଏହା ସତ୍ତ୍ଵେ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ୍ କରିନାହିଁ। ଏବେ ଏହି ସିରିଜ୍ ଡିସେମ୍ବର ୧୭ ବଦଳରେ ଡିସେମ୍ବର ୨୬ରୁ ଆରମ୍ଭ ହେବ। ଦୁଇ ଦଳ ମଧ୍ୟରେ ତିନୋଟି ଟେଷ୍ଟ ଏବଂ ତିନୋଟି ଦିନିକିଆ ମ୍ୟାଚ୍ର ସିରିଜ୍ ଖେଳାଯିବ।

Related posts

ମିଚେଲ ମାର୍ଶାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ବେଙ୍ଗାଲୁରୁ ପ୍ୟାନ୍ସ

Odisha Sports Bureau

ଟେଷ୍ଟ ସିରିଜରେ ଦର୍ଶକଙ୍କୁ ମନା

Odisha Sports Bureau

ଆଇଏସ୍‌ଏଲ ଲିଗ : ଓଡ଼ିଶା ଏଫସି ତାର ପ୍ରଥମ ମ୍ୟାଚରେ ପରାଜୟ

Odisha Sports Bureau