Cricket

ଆଇପିଏଲରେ ଶାହାରୁଖ ପନ୍ଧିଥିଲେ ଦାମି ଘଣ୍ଟା

ନୂଆଦିଲ୍ଲୀ: ଶାହାରୁଖ ଖାନଙ୍କ kkr  ହାତେଇଛି ଆଇପିଏଲ୍ ୨୦୨୪ର ଟାଇଟଲ୍ । ଫାଇନାଲରେ ହାଇଦ୍ରାବାଦକୁ ଦେଇଥିଲା ମାତ୍ । ବିଜୟ ପରେ ସେଲିବ୍ରେସନ୍ କରିଥିଲେ ପୁରା ଟିମ୍ ଓ ଶାହରୁଖ । ଷ୍ଟାଇଲିଶ ଲୁକରେ ନଜର ଆସିଥିଲେଥି କିଙ୍ଗ୍ଖାନ୍ । ଏହି ସମୟରେ ନଜର ଯାଇଥିଲା ଶାହରୁଖ ପିନ୍ଧିଥିବା ଘଣ୍ଟା ଉପରକୁ। ବାସ୍ତବରେ ଶାହାରୁଖଙ୍କ ହାତରେ ଥିଲା ଦୁନିଆର ସବୁଠୁ ଦାମୀ ଘଣ୍ଟା । ଏହି ଘଣ୍ଟାର ଦାମ୍ ଆସନ୍ତୁ ଜାଣିବା ସେହି ବିଷୟରେ…

ଶାହାରୁଖ ଯେଉଁ ଘଣ୍ଟା ପିନ୍ଧିଥିଲେଥି ତାହା କୌଣସି ସାଧାରଣ ଘଣ୍ଟା ନୁହେଁ । ରିପୋର୍ଟ ଅନୁଯାୟୀ ଏହି ଘଣ୍ଟା ରିଚାର୍ଡ ମିଲ୍ RM 052 ଟୁର୍ବିଲନ୍ ମଡେଲର ଥିଲା । ଯାହାକୁ କେବଳ ବିଶ୍ବର କିଛି ପରିଚତ ବ୍ୟକ୍ତି ହିଁ ପିନ୍ଧିଥାନ୍ତି । ଖବର ଅନୁଯାୟୀ ଘଣ୍ଟାର ମୂଲ୍ୟ ପ୍ରାୟ ୫ କୋଟି ୪୫ ଲକ୍ଷ ଟଙ୍କା । ଶାହାରୁଖ ଖାନଙ୍କ ଏହି ଘଣ୍ଟା ଦୁନିଆର ସବୁଠାରୁ ମହଙ୍ଗା ଘଣ୍ଟା ।

ଖବର ଅନୁଯାୟୀ କୋଲକାତା ନାଇଟ୍ ରାଇଡର୍ସ ତୃତୀୟ ଥର ପାଇଁ ହାତେଇଛି ଆଇପିଏଲ୍ ଟାଇଟଲ୍ । ଏହାପୂର୍ବରୁ କେକେଆର୍ ୨୦୧୨ ଏବଂ ୨୦୧୪ରେ ଜିତିଜି ତିଥିଲା ଟାଇଟଲ୍ । ଟିମ୍ ତିନିଥର ଚାମ୍ପିୟନ ହେବାରେ ଗୌତମ ଗମ୍ଭୀରଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ । ୨୦୧୨ ଏବଂ ୨୦୧୪ରେ ଗମ୍ଭୀରଙ୍କ ଅଧିନାୟକତ୍ୱରେ କୋଲକତା ଜିତି ଥିଲା ଟ୍ରଫି । ଏହା ବ୍ୟତୀତ  ୨୦୨୪ରେ ମଧ୍ୟ ଗୌତମ ଗମ୍ଭୀର ମେଣ୍ଟର ଭାବେ ଟିମ୍କୁ ବିଜେତା କରିଥିଲେ । କେକେଆର୍ ଚାମ୍ପିଅନ୍ ହେବା ପରେ ଗମ୍ଭୀର କହିଛନ୍ତି ଯେ, ଆଉ ୩ଟି ଟ୍ରଫି ଜିତି ଟିମ୍କୁ ଆଇପିଏଲରେ ସଫଳ କରିବାକୁ ଚାହୁଁଛନ୍ତି ।

Related posts

ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତା ତାଲିକାରେ ବିନୋଦ କାମ୍ବଲୀ 

Odisha Sports Bureau

ଦ୍ୱିତୀୟ ଟେଷ୍ଟର ଶେଷ ଦିନରେ ଭାରତକୁ ଜିତିବା ପାଇଁ 522 ରନ କରିବାକୁ ପଡିବ

Odisha Sports Bureau

୨୦୨୬ ଫିଫା ବିଶ୍ୱକପ୍ ଫାଇନାଲରେ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିବେ ଡୋନାଲ୍ଡ ଟ୍ରମ୍ପ