Cricket

ତ୍ରି- ମୂର୍ତ୍ତିଙ୍କ ଫଟୋ ଭାଇରାଲ

ନୂଆଦିଲ୍ଲୀ: ଜୁନ ୯ ତାରିଖରେ ନ୍ୟୁୟର୍କର ନାସାଉ ଷ୍ଟାଡିୟମରେ ହୋଇଥିଲା ଟି-୨୦ ୱାର୍ଲ୍ଡକପର ହାଇଭୋଲଟେଜ ମ୍ୟାଚ । ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ – ପାକିସ୍ତାନ । ଏଥିରେ ୬ ରନରେ ମ୍ୟାଚ ହାତେଇନେଇଛି ଭାରତ । ଟି -୨୦ ବିଶ୍ୱକପରେ ଦ୍ୱିତୀୟଥର ପାଇଁ ପରାଜୟ ହୋଇଛି ପାକିସ୍ତାନ ।
ଭାରତ – ପାକିସ୍ତାନ ମ୍ୟାଚରେ ଉଭୟ ଦଳର ଅନେକ ଦିଗଜ ପ୍ଲେୟରଙ୍କୁ ନ୍ୟୁୟର୍କର ନାସାଉ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ଟୁର୍ଣ୍ଣାମେଣ୍ଟର ଗ୍ଲୋବାଲ ଆମ୍ଭାସେଡର ଯୁବରାଜ ସିଂ , ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବଂ ଟିମ ଇଣ୍ଡିଆର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ସାଜିଥିଲେ ମୁଖ୍ୟ ଆକର୍ଷଣ । ତ୍ରି-ମୂର୍ତ୍ତିଙ୍କୁ ଗୋଟିଏ ଫ୍ରେମରେ ପଡିଆରେ ଦେଖିବାକୁ ମିଳିଥିଲା ।
ଦ୍ରାବିଡ ଟିମ ଇଣ୍ଡିଆର ମୁଖ୍ୟ କୋଚ ଏବଂ ଯୁବରାଜ ଟି- ଟ୍ୱେଣ୍ଟି ବିଶ୍ୱକପର ବ୍ରାଣ୍ଡ ଆମ୍ବାସଡର ରହିଛନ୍ତି । ସଚିନ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ । ସମସ୍ତଙ୍କୁ ଏକାଠି ଦେଖି କ୍ରିକେଟ ପ୍ରଶଂସକ ଉତ୍ସାହ ହୋଇପଡିଥିଲେ । ପାକିସ୍ତାନର ସାହିନ ଆଫ୍ରିଦି ଏବଂ ୱେଷ୍ଟଇଣ୍ଡିଜର ପୂର୍ବତନ ଦୁର୍ଦ୍ଧର୍ଷ ବ୍ୟାଟର କ୍ରିଜ ଗେଲଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଆଫ୍ରିଦି ଟୁର୍ଣ୍ଣାମେଣ୍ଟର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି ।
ଟି ୨୦ ବିଶ୍ୱକପରେ ପାକିସ୍ତାନକୁ ହରାଇଲା ଭାରତ । ରୋମାଞ୍ଚକର ମୁକାବିଲାରେ ୬ ରନରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । କମ ସ୍କୋର ଥିଲେ ବି ଭାରତର ଘାକତ ବୋଲିଂରେ ମାଟି କାମୁଡିଛି ପାକିସ୍ତାନ । ନ୍ୟୁୟର୍କରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଦେଇଥିଲା ୧୨୦ ରନ ବିଜୟ ଲକ୍ଷ୍ୟ । ଜବାବରେ ପାକିସ୍ତାନ ନିର୍ଦ୍ଦାରିତ ଓଭରରେ ୧୧୩ ରନ କରି ପାରିଥିଲା ।

Related posts

ସ୍ଲୋ’ ଓଭର୍ ରେଟ୍ ପାଇଁ ଅଶ୍ୱିନଙ୍କ ଉପରେ ଜୋରିମନା

Odisha Sports Bureau

କ୍ରିକେଟ କ୍ଷେତ୍ରରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ, ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଜାତୀୟ ଶିଶୁ ପୁରସ୍କାର ପାଇଲେ

Odisha Sports Bureau

ଟିମ ଇଣ୍ଡିଆର ଷ୍ଟାର ଖେଳାଳି ବିରାଟ କୋହଲି ଜଣାଶୁଣା ସମ୍ବାଦପତ୍ର ସଂସ୍ଥା ଉପରେ ବର୍ଷିଛନ୍ତି

Odisha Sports Bureau