Cricket

କ୍ୟାପଟେନ ପଦ ଛାଡିଲେ କେନ ୱିଲିୟମସନ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ । ଚଳିତ ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ଖାସ ପ୍ରଦର୍ଶନ କରିପାରିନାହିଁ । ଦଳ ଗୁରୁପ ଷ୍ଟେଜରୁ ହୋଇଛି ବିଦା । କୌଣସି ବି ଆଇସିସି ଇଭେଣ୍ଟରେ ଏହା ନ୍ୟୁଜିଲାଣ୍ଡର ସବୁଠୁ ଖରାପ ପ୍ରଦର୍ଶନ ବୋଲି ମନେ କରାଯାଉଛି । ତେବେ ଟିମର ଏପରି ପ୍ରଦର୍ଶନ ପରେ କିୱି ବାହିନୀକୁ ଲାଗିଛି ଝଟକା ।ଦଳର ଅଧିନାୟକ ପଦ ଛାଡିଛନ୍ତି ଅଭିଜ୍ଞ କେନ ୱିଲିୟମସନ ।
ତେବେ ଦଳର ଅଧିନାୟକ ପଦ ଛାଡିବା ପରେ କେନ ୱିଲିୟମସନ ୨୦୨୪-୨୫ ସିଜିନ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ନିଜ ନାଁ ଫେରାଇ ନେଇଛନ୍ତି । କିନ୍ତୁ ସେ ଏହା ସ୍ପଷ୍ଟ କରିଛନ୍ତି ଯେ ତିନୋଟି ଫର୍ମାଟ ପାଇଁ ସେ ଉପଲବ୍ଧ ହେବେ ।ଚୟନକର୍ତ୍ତା ଏବଂ ବୋର୍ଡ ଯେବେ ବି ନିଷ୍ପତ୍ତି ନେବ । ଯେଉଁ ଫର୍ମାଟ ପାଇଁ ଖେଳିବାକୁ । ତାକୁ ସେ ସମ୍ମାନ ସହ ଗ୍ରହଣ କରିବେ ବୋଲି କହିଛନ୍ତି ।
ସେପଟେ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ତରଫରୁ ଦିଆଯାଇଥିବା ବୟାନ ମୁତାବିକ , କେଦ ୱିଲିୟମସନ ଖରା ସିଜିନରେ ବିଦେଶୀ ଲିଗ ଖେଳିବାକୁ ପ୍ଲାନ କରୁଛନ୍ତି । ଯେଉଁଥି ପାଇଁ ସେ ନ୍ୟୁଜିଲାଣ୍ଡ ପାଇଁ ଖେଳି ପରିବେନାହିଁ । ସେଥି ପାଇଁ କେନ ୱିଲିୟମସମ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ନିଜ ନାଁକୁ ଫେରାଇ ନେଇଛନ୍ତି । କିନ୍ତୁ ସେ ସର୍ବଦା ନ୍ୟୁଜିଲାଣ୍ଡ କ୍ରିକେଟକୁ ପ୍ରାଥମିକତା ଦେବେ ବୋଲି ଜଣାଇଛନ୍ତି । ଆଉ ଯେକୌଣସି ଟୁର୍ଣ୍ଣାମେଣ୍ଟ ପାଇଁ ସବୁବେଳେ ଉପସ୍ଥିତ ରହିବ ବୋଲି କହିସାରିଛନ୍ତି ।

Related posts

ଭାରତର ବଡ଼ ବିଜୟ, ୪୬ ରନରେ ନ୍ୟୁଜିଲାଣ୍ଡକୁ ହରାଇ ସିରିଜ୍ ଜିତିଲା ଦଳ

Odisha Sports Bureau

ଆଜିର ମ୍ୟାଚ ଟିମ ଇଣ୍ଡିଆ ପାଇଁ ‘କର ବା ମର’ ପରିସ୍ଥିତି  

Odisha Sports Bureau

ODI ପ୍ଲେଇଂ ୧୧ ଜଣ ଖେଳାଳିଙ୍କ ମଧ୍ୟରୁ ବାଦ ପଡିଲେ ରୋହିତ ଶର୍ମା

Odisha Sports Bureau