Cricket

ଜ୍ୟୋତିଷଙ୍କ ଭବିଷ୍ୟବାଣୀ: ଭାରତ ହେବ ବିଜେତା

ଜୟପୁର: ଏବେ ସାରା ବିଶ୍ବର ନଜର ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ ମ୍ୟାଚ୍‌ ଉପରେ ରହିଛି। କିଏ ଜିତିବ, କିଏ ହାରିବ ବୋଲି ସମସ୍ତଙ୍କ ମନରେ ଉତ୍ସୁକତା ରହିଛି। ହେଲେ ପ୍ରତିଷ୍ଠିତ କ୍ରିକେଟ୍‌ ଜ୍ୟୋତିଷ ନରେନ୍ଦ୍ର ବୁନ୍ଦେଙ୍କ ଭବିଷ୍ୟବାଣୀ ଅନୁସାରେ ଭାରତ ଏହି ସଂସ୍କରଣର ବିଜେତା ହେବ। ବୁନ୍ଦେଙ୍କ ଅନୁସାରେ, ସମସ୍ତ ଗ୍ରହ ଓ ନକ୍ଷତ୍ରଙ୍କ ଚଳନ ଭାରତ ସପକ୍ଷରେ ଯାଉଥିବାରୁ ରୋହିତ ଶର୍ମାଙ୍କ ଦଳ ଏଥର ବିଜେତା ହେବ। ପୂର୍ବରୁ ସେ ୨୦୦୭ ବିଶ୍ବକପ୍‌ ଭବିଷ୍ୟବାଣୀ କରି ସଫଳ ହେବାରୁ ଚର୍ଚ୍ଚାକୁ ଆସିଥିଲେ।

ଏବେ ବିରାଟ କୋହଲିଙ୍କ ଖରାପ ପ୍ରଦର୍ଶନ ଉପରେ ମଧ୍ୟ ସେ ସକାରାତ୍ମକ ଅଛନ୍ତି ଏବଂ ଫାଇନାଲ୍‌ରେ ତାଙ୍କ ବ୍ୟାଟ୍‌ ଗର୍ଜନ କରିବ ବୋଲି ଭବିଷ୍ୟବାଣୀ କରିଛନ୍ତି। ଏଥି ସହିତ ସେ କହିଛନ୍ତି, ଫାଇନାଲ୍‌ର ତାରିଖ ହେଉଛି ୨୯.୬.୨୦୨୪। ଯଦି ଆମେ ସମସ୍ତ ସଂଖ୍ୟାକୁ ମିଶାଇବା (୨+୯+୬+୨+୦+୨+୪), ତାହାର ପରିଣାମ ୨୫ ହେବ। ଜୁନ୍‌ ୨୫, ୧୯୮୩ ମସିହାରେ ଭାରତ ପ୍ରଥମ ଥର ବିଶ୍ବକପ୍‌ ବିଜେତା ହୋଇଥିଲା। ଶନିବାର ମଧ୍ୟ ରୋହିତଙ୍କ ପାଇଁ ଗ୍ରହଙ୍କ ସ୍ଥିତି ଭଲ ରହିଥିବା ସେ କହିଛନ୍ତି |

Related posts

ରିଷଭ ପନ୍ତଙ୍କୁ ବଡ଼ ଝଟକା, ୨୭ କୋଟିରୁ ଖସିଲା ଦରମା

Odisha Sports Bureau

୬ ଓ୍ଵିକେଟ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇଛି ସନରାଇଜର୍ସ ହାଇଦ୍ରାବାଦ

ଅଷ୍ଟ୍ରେଲିଆ ସମ୍ମୁଖରେ ବିଶାଳ ସ୍କୋର, ଭାରତ ୬୨୨/୭

Odisha Sports Bureau