Cricket

ଟାଇଟଲ ଜିତିବା ପରେ ଗିଲ ଟ୍ରଫି ନେଇ ବାପା , ମା ଙ୍କୁ ଧରାଇଲେ ଗିଲ

ନୂଆଦିଲ୍ଲୀ: ଭାରତୀୟ ଟିମ ଜିମ୍ବାୱେ ବିପକ୍ଷ ୫ଟି ମ୍ୟାଚ ବିଶିଷ୍ଟ ଟି ୨୦ ସିରିଜକୁ ଜିତିନେଇଛି । ଭାରତ ଏହି ସିରିଜକୁ ୪-୧ରେ ଜିତିନେଇଛି । ଶୁବମନ ଗିଲଙ୍କ ଅଧିନାୟକତ୍ୱରେ ଟିମ ଭଲ ପ୍ରଦର୍ଶନ କରିଛି । ଶେଷ ଟି ୨୦ ମ୍ୟାଚରେ ୪୨ ରନରେ ଜିତିଛି ଭାରତ । ଗିଲ ଅଧିନାୟକ ଭାବେ ପ୍ରଥମ ଟି ୨୦ ସିରିଜରେ ବିଜୟ ହାସଲ କରିଛନ୍ତି ।
ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ ହରାଇ ୧୬୭ ରନ କରିଥିଲା , ଯାହାର ଜବାବରେ ଜିମ୍ବାୱେ ୧୨୫ ରନରେ ଅଲଆଉଟ ହୋଇଯାଇଥିଲା । ଭାରତୀୟ ଟିମର ନେତୃତ୍ୱ ନେଇ ଶୁବମନ ପ୍ରଥମ ଟି୨୦ ସିରିଜ ଜିତିଛନ୍ତି । ଗିଲଙ୍କ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ । ଟାଇଟଲ ଜିତିବା ପରେ ଗିଲ ଟ୍ରଫି ନେଇ ନିଜ ପରିବାର ପାଖକୁ ଯାଇ ବାପା , ମା, ଭଉଣୀ ହାତରେ ଧରାଇଥିଲେ । ଶୁବମନଙ୍କ ଏଭଳି ଅନ୍ଦାଜ ଫ୍ୟାନ୍ସଙ୍କ ହୃଦୟ ଜିତିନେଇଛି ।
ଭାରତ ଜୁଲାଇ ୨୭ ତରିଖରୁ ଶ୍ରୀଲଙ୍କା ବିପକ୍ଷରେ ଟି ୨୦ ଏବଂ ଦିନିକିଆ ସିରିଜ ଖେଳିବ । ଏଥିପାଇଁ ଖୁବଶୀଘ୍ର ଟିମ ଘୋଷଣା ହେବ । ୩ଟି ମ୍ୟାଚ ବିଶିଷ୍ଟ ସିରିଜ ଜୁଲାଇ ୨୭ ରୁ ଭାରତୀୟ ସମୟାନୁସାରେ ୭ଟାରେ ମ୍ୟାଚ ଖେଳାଯିବ । ଏହାପରେ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ପ୍ରଥମ ଦିନିକିଆ ମ୍ୟାଚ ୨ ଅଗଷ୍ଟରେ ଖେଳାଯିବ । ଏହି ସିରିଜର ମ୍ୟାଚ କଲମ୍ବୋରେ ଖେଳାଯିବ ବୋଲି କୁହାଯାଉଛି ।

Related posts

ବିରାଟ କୋହଲିଙ୍କ ନାଁରେ ଆଉ ଏକ ରେକର୍ଡ 

‘ରନ୍ ମଶିନ୍’ ଏବଂ ‘ହିଟ୍ ମ୍ୟାନ୍’ଙ୍କ ମଧ୍ୟରେ ହେବ ରେକର୍ଡର ସବୁଠାରୁ ବଡ ଯୁଦ୍ଧ

Odisha Sports Bureau

ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ, ଏତେ ସମ୍ବେଦନଶୀଳ ହେବାର ଆବଶ୍ୟକତା ନଥିବା କହିଲେ କୋର୍ଟ