Cricket

କ୍ରିକେଟ ମ୍ୟାଚ ସମୟରେ ହେବନି ‘ତମାଖୁ’ ଏବଂ ‘ଗୁଟଖା’ର ବିଜ୍ଞାପନ

ନୂଆଦିଲ୍ଲୀ: ଭାରତରେ କ୍ରିକେଟ ମ୍ୟାଚ ସମୟରେ ଆଉ ଆସିବନି ଟିଭି ବିଜ୍ଞାପନ କି ଆଉ ଦେଖାଯିବନି ବିଜ୍ଞାପନ ହୋର୍ଡିଂ । ବହୁ କ୍ଷତିରେ ପଡିବ ବିସିସିଆଇ । ସ୍ୱାସ୍ଥ୍୍ୟ ମନ୍ତ୍ରଣାଳୟ ଏଥର ଏପରି କିଛି ନିଷ୍ପତ୍ତି ନେବାକୁ ଯାଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କ୍ରିକେଟ ମ୍ୟାଚ ସମୟରେ ଯେଉଁ ବିଜ୍ଞାପନ ହେଉଥିଲା ତାହା ବନ୍ଦ କରିବାକୁ ଯାଉଛି । ଯେଉଁଥିରେ ବଲିଉଡର ସେଲିବ୍ରିଟି ତଥା ପୂର୍ବତନ କ୍ରିକେଟରମାନେ ମଧ୍ୟ ପ୍ରୋତ୍ସାହିତ କରୁଥିବା ଦେଖିବାକୁ ମିଳିଛି । କ୍ରିକେଟ ମ୍ୟାଚ ସମୟରେ ତମାଖୁ ବିଜ୍ଞାପନକୁ ବ୍ୟାପକ ଭାବଣେ ପ୍ରୋତ୍ସାହିତ କରାଯାଇଛି । କିନ୍ତୁ ଏପରି ଶୋ ଅପ କରାଯିବ ନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଷ୍ଟାଡିୟମରେ ରଖାଯାଇଥିବା ‘ ତମାଖୁ’ ଏବଂ ଗୁଟଖାର ହୋର୍ଡିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି ।
ଯୁବ ଜନସଂଖ୍ୟା ମଧ୍ୟରେ କ୍ରିକେଟ ମ୍ୟାଚ ବହୁତ ଲୋକପ୍ରିୟ । ଅନେକ ଘଟଣା ଘଟିଛି ଯେଉଁଠାରେ କ୍ରିକେଟ ମ୍ୟାଚ ଏବଂ ସେଲିବ୍ରିଟି ବିଜ୍ଞାପନ ସମୟରେ ଧୂମ୍ରପାନ ନଥିବା ତମାଖୁ ବିଜ୍ଞାପନ ଦେଖାଯାଇଛି । ଯାହା ନିଜ ଆଡକୁ ଅନେକ ଯୁବକଙ୍କୁ ଆକର୍ଷିତ କରିଥାଏ । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭିଟାଲ ଷ୍ଟ୍ରାଟେଜୀ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ୨୦୨୩ ମସିହାରେ ଧୂମପାନହୀନ ତମାଖୁ ବ୍ରାଣ୍ଡ ପାଇଁ ସମସ୍ତ ସରୋଗେଟ ବିଜ୍ଞାପନର ୪୧.୩ % କ୍ରିକେଟ ବିଶ୍ୱକପର ଶେଷ ୧୭ ଟି ମ୍ୟାଚ ସମୟରେ ପ୍ରସାରିତ ହୋଇଥିଲା ।

Related posts

ସମସ୍ତ ୱିକେଟ୍ ପୋଛିନେଲେ ଶ୍ରୀଲଙ୍କାର ବୋଲର ପୁଷ୍ପ କୁମାରା

Odisha Sports Bureau

ଭାରତର ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ ନୂଆ ତଥ୍ୟ

Odisha Sports Bureau

ହାର୍ଦ୍ଦିକଙ୍କ ଜାଗାରେ କିଏ ଖେଳିବ ମ୍ୟାଚ୍?

Odisha Sports Bureau

Leave a Comment