Cricket

ଶ୍ରୀଲଙ୍କା ପୂର୍ବତନ କ୍ରିକେଟର ଧାମିକା ନିରୋଶନଙ୍କୁ ହତ୍ୟା

ଶ୍ରୀଲଙ୍କାରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ପୂର୍ବତନ କ୍ରିକେଟର ଧାମିକା ନିରୋଶନଙ୍କୁ ଗୁଳି କରି ହତ୍ୟା କରିଛନ୍ତି କିଛି ଦୁବୃର୍ତ୍ତ । ଏଥିରେ କ୍ରିକେଟରଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଘଟଣା ଅମ୍ବାଲାଙ୍ଗୋଡାସ୍ଥିତ ତାଙ୍କ ଘରେ ଘଟିଛି।

 ସୂଚନା ଅନୁଯାୟୀ,ସେହି ସମୟରେ କ୍ରିକେଟର ଘରେ ପରିବାର ସହ ରହିଥିଲେ , ସେହି ସମୟରେ କିଛି ଅଜଣା ଦୃବୁର୍ତ୍ତ ଘରେ ପଶି ଧାମିକା ନିରୋଶନଙ୍କ ଉପରେ ଗୁଳି ଚଳାଇଥିଲେ । ଏଭଳି ବୟାନ ଦେଇଛନ୍ତି ତାଙ୍କ ପତ୍ନୀ ।  ଅଦ୍ୟାବଧି ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କୁ ଧରିବାରେ ସକ୍ଷମ ହୋଇ ନାହିଁ। ଧାମିକା ନିରୋଶନ ଜଣେ ଭଲ ବାମହାତୀ ଦ୍ରୁତ ବୋଲର ଥିଲେ। ଯଦିଓ ସେ ବରିଷ୍ଠ ଶ୍ରୀଲଙ୍କା କ୍ରିକେଟ୍ ଦଳରେ ଖେଳିବାର ସୁଯୋଗ ପାଇନାହାନ୍ତି। ଧାମିକା ନିରୋଶନ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୨ ଟି ମ୍ୟାଚ୍ ଖେଳିଥିଲେ ଯେଉଁଥିରେ ସେ ୧୯ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ସେ ତାଲିକା ‘ଏ’ରେ ୮ ଟି ମ୍ୟାଚ୍ ଖେଳିଥିଲେ। ଏହି ୮ ଟି ମ୍ୟାଚ୍‌ରେ ସେ ୫ ୱିକେଟ୍ ନେଇଥିଲେ |

Related posts

ପାକିସ୍ତାନ କ୍ରିକେଟ୍ ବୋର୍ଡରେ ହଙ୍ଗାମା; ଅଧ୍ୟକ୍ଷ ପଦ ଛାଡ଼ିଲେ ନଜମ ସେଠୀ

ଗିରଫ ହେଲେ ପୂର୍ବତନ କ୍ରିକେଟର ବିନୋଦ

Odisha Sports Bureau

ସନରାଇଜର୍ସ ହାଇଦ୍ରାବାଦ୍ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ କଡା ଟକ୍କର