Cricket

ଆସନ୍ତା କାଲି ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ଥାନ କୁ ଭେଟିବ ଭାରତ

କଲମ୍ବୋ: ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ଥାନ କୁ ଭେଟିବ ଭାରତ । ମହିଳା ଏସିଆ କପ ୨୦୨୪ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି । ତେବେ ଏହି ମ୍ୟାଚଟି ଟି ୨୦ ଫର୍ମାଟରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ନେପାଳ ଏବଂ ୟୁଏଇର ମହିଳା ଦଳ ମଧ୍ୟରେ ଖେଳା ଯାଉଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ଭାରତ ଏବଂ ପାକିସ୍ତାନର ମହିଳା ଦଳ ମଧ୍ୟରେ ହେବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସନ୍ଧ୍ୟା ୭ ଟାରୁ ଆରମ୍ଭ ହେବାର କାର୍ଯ୍ୟସୂଚି ରହିଛି ।
ସୂଚନା ଅନୁଯାୟୀ ଏହି ମହିଳା ଏସିଆ କପ୍ ଶ୍ରୀଲଙ୍କା ଆୟୋଜନ କରୁଥିବା ବେଳେ ସମସ୍ତ ମ୍ୟାଚ୍ ଦାମ୍ବୁଲାର ରଙ୍ଗିରି ଦାମ୍ବୁଲା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଭାରତ ଏବଂ ପାକିସ୍ତାନର ମହିଳା ଦଳ ପରସ୍ପର ବିପକ୍ଷରେ ଖେଳି ଏସିଆ କପରେ ଅଭିଯାନ ଆରମ୍ଭ କରିବେ।
ତେବେ ଏହି ଟୁର୍ନାମେଣ୍ଟରେ ସମୁଦାୟ ଆଠଟି ଦଳ ଅଂଶଗ୍ରହଣ କରୁଛନ୍ତି, ଯାହାକୁ ୪-୪ ର ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଗ୍ରୁପ୍-‘ଏ’ରେ ଭାରତ ଏବଂ ପାକିସ୍ତାନର ଦଳ ଅଛନ୍ତି। ଭାରତ-ପାକିସ୍ଥାନ ବ୍ୟତୀତ ୟୁଏଇ ଏବଂ ନେପାଳର ମହିଳା ଦଳ ମଧ୍ୟ ଗ୍ରୁପ୍ ଏରେ ଅଛନ୍ତି। ସେହିପରି ଗ୍ରୁପ୍ ‘ବି’ରେ ଶ୍ରୀଲଙ୍କା, ମାଲେସିଆ, ଥାଇଲ୍ୟାଣ୍ଡ ଏବଂ ବାଂଲାଦେଶର ମହିଳା ଦଳ ଅଛନ୍ତି।
ମହିଳା ଏସିଆ କପ୍ ୨୦୨୪ରେ ହରମାନପ୍ରୀତ କୌରଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଏହାର ପ୍ରଥମ ମ୍ୟାଚ୍ ଆସନ୍ତା କାଲି ପାକିସ୍ତାନ ବିପକ୍ଷରେ ଖେଳିବ।

Related posts

ଶୁଭମନ ଗିଲଙ୍କ ବିକଳ୍ପକୁ ନା

Odisha Sports Bureau

ଅବସର ନେଲେ ଦକ୍ଷିଣ ଆଫ୍ରିକାର ଭେଟରାନ୍ ଅଲରାଉଣ୍ଡର ଆଲବି ମୋର୍କେଲ

Odisha Sports Bureau

ବୈଭବ ସୂର୍ଯ୍ୟବଂଶୀଙ୍କ ଧୂଆଁଦାର ବ୍ୟାଟିଂ

Odisha Sports Bureau