Cricket

ବଢ଼ିବାରେ ଲାଗିଛି ‘ଭୁବନେଶ୍ବର ଏ’ କ୍ରିକେଟ ଟିମର ଖେଳାଳି ଚୟନ ବିବାଦ

ବ୍ୟୁରୋ : ବଢ଼ିବାରେ ଲାଗିଛି ‘ଭୁବନେଶ୍ବର ଏ’ କ୍ରିକେଟ ଟିମର ଖେଳାଳି ଚୟନ ବିବାଦ | କୋଚଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ କରିଛନ୍ତି ‘ଭୁବନେଶ୍ବର ଏ’ କ୍ରିକେଟ ଟିମର ଖେଳାଳି ଆୟୁଷ ମହାନ୍ତିଙ୍କ ବାପା ମାଆ | ଏକ ପ୍ରେସମିଟ ଜରିଆରେ କୋଚ ବିବିସିସି ମହାପାତ୍ର ମିଛ କହୁଥିବା ସେମାନେ ଅଭିଯୋଗ କରିଛନ୍ତି । ଆୟୁଷଙ୍କ ମୁଣ୍ଡରେ ଦୋଷ ଦେଇ ଖସିଯିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଆୟୁଷଙ୍କୁ କୌଣସି ସୁପର ଲିଗ ମ୍ୟାଚ ନଖେଳାଇ ୩ଟି ମ୍ୟାଚ ଖେଳି ମାତ୍ର ୧୬ ରନ କରିଥିବା ମିଛ ବୟାନ ଗଣମାଧ୍ୟମ ଆଗରେ ରଖିଥିବା ତାଙ୍କ ବାପା ମାଆ ଅଭିଯୋଗ କରିଛନ୍ତି।

ଆୟୁଷ ମହାନ୍ତିଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ ନ କରି କୋଚ କ୍ଷପାତିତା କରିଥିବା ତାଙ୍କ ମତ ପିତା ଅଭିଯୋଗ କରିଛନ୍ତି | କେବଳ ଏତିକି ନୁହେଁ ଟଙ୍କା ନେଇ ନିଜ କ୍ଲବର ଖେଳାଳିଙ୍କୁ କୋଚ ଟିମରେ ଖେଳାଉଥିବା ଅଭିଯୋଗ କରିଥିଲେ। ଏନେଇ ବୁଧବାର କଟକର ସନସାଇନ କ୍ରିକେଟ ଗ୍ରାଉଣ୍ଡରେ ଏହାକୁ ନେଇ ହଙ୍ଗାମା ହୋଇଥିଲା। ମା ରୋଜାଲିନ ମହାନ୍ତି ସନସାଇନ ଗ୍ରାଉଣ୍ଡର ପିଚରେ ବସି ଧାରଣା ଦେଇଥିଲେ । ମ୍ୟାଚ ବାଧାପ୍ରାପ୍ତ ହେବାରୁ ରୋଜିଲନଙ୍କୁ ଆକ୍ରମଣ କରିଥିଲେ ଓସିଏ ଏବଂ ଜୁଭେନାଇଲର କର୍ମଚାରୀ । ବିବାଦ ବଢିବା ପରେ କୋଚ ପ୍ରତିକ୍ରିୟା ଦେଇ କହିଥିଲେ ସେ ଆୟୁଷକୁ ତିନୋଟି ମ୍ୟାଚ ଖେଳାଇଥିଲେ, ହେଲେ ଦୁର୍ବଳ ପ୍ରଦର୍ଶନ କରି ୩ଟି ମ୍ୟାଚରୁ ମାତ୍ର ୧୬ ରନ କରିବାରୁ ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି । ହେଲେ ଆଜି ପ୍ରେସମିଟ କରି ଆୟୁଷଙ୍କ ବାପା ମାଆ କୋଚଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

Related posts

ପୁଣି ଥରେ ଏକ ନମ୍ବର ସ୍ଥାନକୁ ଫେରିଲେ ବିରାଟ କୋହଲି ।

Odisha Sports Bureau

ଜୀବନ ପାଇଁ ଲଢ଼ୁଛନ୍ତି ଶାପୁର ଜାଦ୍ରନ

Odisha Sports Bureau

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ପୂର୍ବରୁ ସାମସନ ଏବଂ ଶୁଭମନଙ୍କୁ ନେଇ ଚାଲିଥିବା ବିତର୍କର ଅନ୍ତ ଘଟାଇଛନ୍ତି ସୂର୍ଯ୍ୟକୁମାର

Odisha Sports Bureau