Cricket

ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ପରଲୋକ

ମୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ପରଲୋକ । ୭୧ ବର୍ଷ ବୟସରେ ଘରୋଇ ମେଡିକାଲରେ ଅଂଶୁମାନଙ୍କ ପରଲୋକ ହୋଇଛି ।   ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିବା ବେଳେ ବୁଧବାର ଦିନ ତାଙ୍କର ଦେହାନ୍ତ ହୋଇଛି । ଭାରତ ପାଇଁ ୪୦ ଟେଷ୍ଟ ଓ ୧୫ ଦିନିକିଆ ଖେଳିଥିବା ଗାଏକୱାଡ ଗତ ମାସରେ ଭାରତ ଫେରିବା ପୂର୍ବରୁ ଲଣ୍ଡନର କିଙ୍ଗସ କଲେଜ ହସ୍ପିଟାଲରେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଅଂଶୁମାନଙ୍କ ଅବସ୍ଥା ଦେଖି କପିଳ ଦେବ ସାହାର୍ଯ୍ୟ ପାଇଁ ଆଗକୁ ଆସିଥିଲେ । ଅଂଶୁମାନଙ୍କୁ ସହାର୍ଯ୍ୟ କରିବା ପାଇଁ କପିଲ ଦେବ ତାଙ୍କ ପେନସନ୍ ଡୋନେଟ କରିଦେଇଥିଲେ ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଗାଏକ୍ୱାଡଙ୍କ ଚିକିତ୍ସା ପାଇଁ ୧ କୋଟି ଟଙ୍କା ପ୍ରଦାନ କରିଛି। ୧୯୮୩ ବିଶ୍ୱକପ୍ ବିଜେତା ଭାରତୀୟ ଦଳର ସଦସ୍ୟମାନେ ମଧ୍ୟ ସହାୟତା ପ୍ରଦାନ କରିଥିଲେ।ଗାଏକୱାଡଙ୍କ କ୍ରିକେଟ କ୍ୟାରିୟରରେ ୨୨ ବର୍ଷର ୨୦୫ ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଅନ୍ତର୍ଭୁକ୍ତ ଥିଲା । ପରବର୍ତ୍ତୀ ସମୟରେ ସେ ଭାରତୀୟ ଜାତୀୟ ଦଳର ପ୍ରଶିକ୍ଷକ ଦାୟିତ୍ୱ ଗ୍ରହଣ କରି ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ। ତାଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳ ୨୦୦୦ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଉପ ବିଜେତା ହୋଇଥିଲା।

କୋଚ୍ ଭାବରେ ଗାଏକୱାଡଙ୍କ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ମଧ୍ୟରେ ୧୯୯୮ରେ ଶାରଜାରେ ବିଜୟ ଏବଂ ୧୯୯୯ରେ ଫିରୋଜଶାହ କୋଟଲାରେ ଟେଷ୍ଟ ମ୍ୟାଚ୍ ଥିଲା, ଯେଉଁଠାରେ ଅନିଲ କୁମ୍ବଲେ ପାକିସ୍ତାନ ବିପକ୍ଷ ଇନିଂସରେ ସମସ୍ତ ୧୦ ୱିକେଟ୍ ନେଇଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶୁମାନ ଗାଏକ୍ୱାଡଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ଶ୍ରର୍ଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Related posts

ଜୁନରେ ବାରବାଟୀ ଷ୍ଟାଡିଅମରେ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦

Odisha Sports Bureau

ଆଜି ରାହୁଲଙ୍କ ଫିଟନେସ ଟେଷ୍ଟ , ଫିଟ ହେଲେ ଶ୍ରୀଲଙ୍କା ଗସ୍ତ

Odisha Sports Bureau

ତୃତୀୟ ମ୍ୟାଚରେ ଇଂଲଣ୍ଡର କମବ୍ୟାକ

Odisha Sports Bureau