Cricket

ନୂଆ ଅଧିନାୟକ ସନ୍ଧାନରେ ଲକ୍ଷ୍ନୌ ସୁପର ଜିଆଣ୍ଟସ

ଆଇପିଏଲ ୨୦୨୫ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଟିମ୍‌ରେ ଖେଳୁଥିବା ଦେଖିବାକୁ ନ ମିଳି ପାରନ୍ତି  କେ.ଏଲ ରାହୁଲ  ! ଏଭଳି ପରିସ୍ଥିତିରେ ସଞ୍ଜୀବ ଗୋୟନାଙ୍କ ମାଲିକାନାରେ ଥିବା ଏହି ଦଳ ବର୍ତ୍ତମାନ ଆଇପିଏଲ ସିଜନରେ ନୂଆ ଅଧିନାୟକ ସନ୍ଧାନରେ ଅଛି । ଗତ କିଛି ଦିନ ହେବ ଏହାକୁ ନେଇ ଆଲୋଚନା କରାଯାଉଥିଲା କି କେ.ଏଲ ରାହୁଲଙ୍କ ଲକ୍ଷ୍ନୌ ଟିମ୍‌ରେ କ’ଣ ଭବିଷ୍ୟତ ହେବ ।ତେବେ ଏହାକୁ ନେଇ ସ୍ଥିତି ପ୍ରାୟ ସ୍ପଷ୍ଟ ହୋଇଯାଇଛି। ଏବେ ବାସ୍‌ ଏହା ଉପରେ ମୋହର ଲାଗିବାକୁ ବାକି ଅଛି।

ସୂଚନା ଅନୁସାରେ, ଆସନ୍ତା ଆଇପିଏଲ ସିଜନରେ ରାହୁଲ ଲକ୍ଷ୍ନୌ ଟିମ୍‌ର ଅଧିନାୟକ ରହିବେ ନାହିଁ। ଏଥିସହ ଏହି ଫ୍ରାଞ୍ଚାଇଜକୁ ନୂଆ ଅଧିନାୟକ ଆବଶ୍ୟକ। ତେବେ ଲକ୍ଷ୍ନୌ ଟିମ୍‌ର ନୂଆ ଅଧିନାୟକ କିଏ ହେବେ, ତାକୁ ନେଇ ସମସ୍ତଙ୍କ ନଜର ରହିଛି। ଦଳ ଭିତରୁ ହେବେ ନା ମେଗା ନିଲାମୀରେ ନୂଆ ଅଧିନାୟକ ଆସିବେ। ଏହା ଉପରେ ଏବେ ନିଷ୍ପତ୍ତି ନେବାକୁ ବାକି ରହିଛି। ଯେହେତୁ କେ.ଏଲ ରାହୁଲ ଅଧିନାୟକରୁ ହଟିଛନ୍ତି, ଏଥିରୁ ସ୍ପଷ୍ଟ ଯେ ସେ ମେଗା ନିଲାମକୁ ଯିବେ। କୁହାଯାଉଛି ରାହୁଲଙ୍କୁ ଆସନ୍ତା ଆଇପିଏଲରେ ଅଲଗା ଟିମ୍‌ରେ ଖେଳୁଥିବା ଦେଖାଯାଇପାରେ। ଚର୍ଚ୍ଚା ହେଉଛି କି ରାହୁଲ ଆରସିବିକୁ ଯାଇପାରନ୍ତି। କାରଣ ଆରସିବିରୁ ଦିନେଶ କାର୍ତ୍ତିକଙ୍କ ସନ୍ୟାସ ନେବା ପରେ ଉଇକେଟ୍‌ କିପରର ତଲାସରେ ଦଳ ଅଛି। ଆଉ ରାହୁଲ ଦଳରେ ସାମିଲ ହେବା ପରେ ତାଙ୍କୁ ଏହି ଦାୟିତ୍ୱ ମିଳିପାରେ।

 

Related posts

ବିବାହ କଲେ ଭାରତୀୟ କ୍ରିକେଟର ରାହୁଲ

Odisha Sports Bureau

ଆଇପିଏଲ୍ ନିଲାମରେ ଯିଏ ବିକ୍ରି ହୋଇନଥିଲେ, ଶ୍ରୀଲଙ୍କା ସେହି ଖେଳାଳିଙ୍କୁ ନୂଆ ଅଧିନାୟକ କରିଛି; T20 ବିଶ୍ୱକପ୍ ପୂର୍ବରୁ ବଡ଼ ନିଷ୍ପତ୍ତି

Odisha Sports Bureau

୪ ବଲରେ ୪ ଉଇକେଟ , ମାଲିଙ୍ଗା ଇତିହାସର ପ୍ରଥମ ବୋଲର

Odisha Sports Bureau