Cricket

ପାକିସ୍ତାନକୁ ଲାଗିଛି ବଡ଼ ଝଟକା : ପୋକ୍ ଯାଇପାରିବନି ଚାମ୍ପିଅନ୍ସ ଟ୍ରଫି

ନୂଆଦିଲ୍ଲୀ:  ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ। ଏହା ପୂର୍ବରୁ ପ୍ରଚାର,ପ୍ରସାର ବା ସହର ପରିକ୍ରମା କରିବା ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପାକିସ୍ତାନକୁ ଟୁର୍ନାମେଣ୍ଟ ଟ୍ରଫି ପଠାଇଛି। ଏହି ଟ୍ରଫି ଗୁରୁବାର (୧୪ ନଭେମ୍ବର) ଇସଲାମାବାଦରେ ପହଞ୍ଚିଛି। କିନ୍ତୁ ସେପଟେ ପାକିସ୍ତାନକୁ ଏକ ବଡ଼ ଝଟକା ଲାଗିଛି। ପାକିସ୍ତାନ ଏବେ ଏହି ଟ୍ରଫିକୁ ପାକିସ୍ତାନ ଅଧିକୃତ କାଶ୍ମୀର (ପୋକ୍) କୁ ପଠାଇ ପାରିବେ ନାହିଁ। ନଭେମ୍ବର ୧୬ରୁ ନଭେମ୍ବର ୨୪ ତାରିଖ ଯାଏଁ ଏହି ଟ୍ରଫି ପାକିସ୍ତାନ ଭ୍ରମଣ କରିବ । ଏହାସହ ପାକ୍ ଅଧିକୃତ କାଶ୍ମୀରକର ତିନୋଟି ସହରକୁ ମଧ୍ୟ ଟ୍ରଫି ନେବାକୁ ପ୍ଲାନ୍ ପ୍ରସ୍ତୁତ ହେଇଥିଲା । ହେଲେ ବିସିସିଆଇର ଅଭିଯୋଗ ପରେ ଏବେ ଏହାକୁ ବାତିଲ୍ କରିଛି ପାକିସ୍ତାନ୍ କ୍ରିକେଟ୍ ବୋର୍ଡ ।

Related posts

ଧୋନୀଙ୍କୁ ପଛରେ ପକାଇଲେ ପନ୍ତ

Odisha Sports Bureau

ମେଲବୋର୍ଣ୍ଣରେ ଟିମ୍ ଇଣ୍ଡିଆ ପାଇଁ ୨୩୧ ରନ ବିଜୟ ଲକ୍ଷ୍ୟ

Odisha Sports Bureau

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦

Odisha Sports Bureau