Cricket

ଆସିଲା ଆଇପିଏଲ ସୂଚୀ : ମାର୍ଚ୍ଚ ୧୪ରୁ ଆରମ୍ଭ ହେବ ଆଇପିଏଲ ୨୦୨୫

ନୂଆଦିଲ୍ଲୀ:ଆଇପିଏଲର ପରବର୍ତ୍ତି ତିନି ସିଜିନ ପାଇଁ ତାରିଖ ଧାର୍ଯ୍ୟ କରିଛି ବିସିସିଆଇ । ୨୦୨୫ ଆଇପିଏଲ ସିଜନ ମାର୍ଚ୍ଚ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ମେ ୨୫ ତାରିଖରେ ଶେଷ ହେବ । ସେହିପରି ୨୦୨୬ରେ ମାର୍ଚ୍ଚ ୧୫ରୁ ମେ ୩୧ ଓ ୨୦୨୭ରେ ମର୍ଚ୍ଚ ୧୪ରୁ ମେ ୩୦ ତାରିଖ ପର୍ଯ୍ୟନ୍ତ ଆଇପିଏଲ ଅନୁଷ୍ଠିତ ହେବ ।
ପ୍ରାଞ୍ଚାଇଜଗୁଡିକୁ ବିସିସିଆଇ ଏହି ତାରିଖଗୁଡିକ ବିଷୟରେ ଅବଗତ କରିଛି । ସଂଯୋଗବସତଃ ତିନିସିଆଇ ଏହି ତାରିଖଗୁଡିକ ବିଷୟରେ ଅବଗତ କରିଛି । ସଂଯୋଗସତଃ ତିନିଟିଯାକ ଫାଇନାଲ ରବିବାରରେ ପଡୁଛି ।
ସୂଚନା ଅନୁଯାୟୀ, ରବିବାର ଠାରୁ ଦୁଇ ଦିନ ଧରି ସାଉଦି ଆରବର ଜେଦାଠାରେ ଆଇପିଏଲର ମେଗା ନିଲାମ ଅନୁଷ୍ଠିତ ହେବ । ଏହି ନିଲାମରେ ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚର , ଭାରତୀୟ ବଂଶୋଭବ ଆମେରିକୀୟ ଦ୍ରୁତ ବୋଲର ସୌରଭ ନେତ୍ରାଭଲକର ଓ ମୁମ୍ବାଇ ୱିକେଟରକ୍ଷକ ବ୍ୟାଟର ହାର୍ଦିକ ତାମୋରଙ୍କୁ ସାମିଲ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛନ୍ତି ।

Related posts

ଟି-୨୦ରେ ପରାସ୍ତ ହେବା ସହ ୨-୧ରେ ସିରିଜ ହାରିଲା ଟିମ ଇଣ୍ଡିଆ

Odisha Sports Bureau

ଧୋନି ଆଗକୁ ଆଇପିଏଲ ଖେଳିବେ କି ନାହିଁ ଡିସେମ୍ବରରେ ନେବେ ନିସ୍ପତି

ଆଇପିଏଲ ୨୦୨୩ରେ ଆଜି ମୁହାଁ ମୁହିଁ ହେବେ ଫାଫ ଡୁ’ପ୍ଲେସିସ ଓ ନୀତିଶ ରାଣା

Leave a Comment