Cricket

ବର୍ଡର-ଗାଭାସ୍କର ଟ୍ରଫିରେ କମାଲ୍ କରିଛନ୍ତି ଭାରତୀୟ ଦଳ

ନୂଆଦିଲ୍ଲୀ: ପର୍ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୧୦୪ ରନରେ ଅଲଆଉଟ ହୋଇଯାଇଛି। ଫଳରେ ଭାରତ ପ୍ରଥମ ପାଳିରେ ୪୬ ରନରେ ଆଗୁଆ ରହିଛି। ଗତକାଲି ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ। ମାତ୍ର ୧୫୦ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା ଟିମ୍ ଇଣ୍ଡିଆ। ଏହାପରେ ମାତ୍ର ୧୦୪ ରନରେ ଅଲ୍ ଆଉଟ୍ ହୋଇ ଯାଇଛନ୍ତି କଙ୍ଗାରୁ ବାହିନୀ। ଫଳରେ ଭରତ ୪୬ ରନ୍ ଆଗରେ ରହିଛି। ଗତକାଲି ଷ୍ଟମ୍ପ୍ ଅପସାରଣ ପୂର୍ବରୁ ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ୬୭ ରନ୍ କରିଥିଲା। ଆଜି ଦ୍ୱିତୀୟ ଦିନ ଖେଳରେ ଅବଶିଷ୍ଟ ୱିକେଟ୍ ହରାଇ ୩୭ ରନ୍ କରିଛି।

ଭାରତ ପ୍ରଥମେ ବ୍ୟାଟିଂ କରି ୧୫୦ ରନରେ ଅଲଆଉଟ ହୋଇଯାଇଥିଲା। ଭାରତୀୟ ବ୍ୟାଟ୍ସମ୍ୟାନ ବି ଆରମ୍ଭରୁ ବ୍ୟାଟିଂ ବିପରୟର ସମ୍ମୁଖୀନ ହୋଇ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ନିତିଶ କୁମାର ରେଡ୍ଡୀ ସର୍ବାଧିକ ୪୧ ରନ ସଂଗ୍ରହ କରିଥିବାବେଳେ ରୁଷଭ ପନ୍ତ ୩୭ ଏବଂ କେ.ଏଲ. ରାହୁ ୨୬ ରନ କରିଥିଲେ। ଯଶପ୍ରୀତ ବୁମରା ସର୍ବାଧିକ ୫ଟି ୱିକେଟ୍ ନେଇ ଥିବାବେଳେ ହର୍ଷିତ ରାଣା ୩ଟି ଏବଂ ମହମ୍ମଦ ସିରାଜ ୨ଟି ଲେଖାଏଁ ୱିକେଟ ନେଇଛନ୍ତି।

 

Related posts

ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରେ ଓଡ଼ିଆ ପୁଅ

Odisha Sports Bureau

ଓଡ଼ିଶା-ନାଗାଲାଣ୍ଡ ରଣଜୀ ଟ୍ରଫି ମ୍ୟାଚ୍‌ରେ ଓଡ଼ିଶାର ବିଶାଳ ସ୍କୋର

Odisha Sports Bureau

ଚର୍ଚ୍ଚାରେ ଶିଖର ଧୱନଙ୍କ ମହଙ୍ଗା ରେଞ୍ଜ ରୋଭର କାର୍

Odisha Sports Bureau