Cricket

ଇଂଲଣ୍ଡକୁ ୩୫୭ ରନର ଟାର୍ଗେଟ ଦେଇଛି ଭାରତ

ଅହମଦାବାଦ: ଅହମଦାବାଦରେ ଖେଳାଯାଉଛି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ବା ଶେଷ ଦିନିକିଆ ମ୍ୟାଚ। ଏହି ସିରିଜର ଦୁଇଟି ମ୍ୟାଚ ଟିମ୍ ଇଣ୍ଡିଆ ଜିତିବା ପରେ ତୃତୀୟ ଦିନିକିଆ ଜିତି କ୍ଲିନ ସୁଇପ କରିବାକୁ ଚାହୁଁଛି ଭାରତ । ଆଜିର ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଆଉ  ଟିମ୍ ଇଣ୍ଡିଆ ବ୍ୟାଟିଂ କରି ୩୫୬ରନ କରି ଇଂଲଣ୍ଡକୁ ୩୫୭ ରନର ଟାର୍ଗେଟ ଦେଇଛି ।  ଏହି ମ୍ୟାଚ୍ ଜିତିବା ପାଇଁ ଇଂଲଣ୍ଡ ୩୫୭ ରନ୍ର ଲକ୍ଷ୍ୟ ମିଳିଛି ।

ସୂଚନା ଅନୁଯାୟୀ ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୧, ଶୁବମନ ଗିଲ୍ ୧୧୨, ବିରାଟ କୋହଲି ୫୨, ଶ୍ରେୟସ ଆୟର ୭୮, କେଏଲ ରାହୁଲ ୪୦, ହାର୍ଦ୍ଦିକ ପାଣ୍ଡ୍ୟା ୧୭, ଅକ୍ଷର ପଟେଲ ୧୩, ୱାଂଶିଟନ ସୁନ୍ଦର ୧୪, ହର୍ଷିତ ରାଣା ୧୩, ଅର୍ଶଦୀପ ସିଂ ୨ ରନ୍ ଏବଂ କୁଲଦୀପ ୧ (ଅପରାଜିତ) ରନ୍ କରିଛନ୍ତି । ଇଂଲଣ୍ଡ ପକ୍ଷରୁ ଆଦିଲ ରାଶିଦ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ମାର୍କ ଉଡ ୨ଟି, ଶାକିବ ମେହମୁଦ ୧, ଗସ୍ ଅଟକିନସନ ୧, ଜୋ ରୁଟ ୧ ଟି ୱିକେଟ ନେଇଛନ୍ତି ।

 

Related posts

AFC ମହିଳା ଏସିଆନ କପ-୨୦୨୨ ଆରମ୍ଭ

Odisha Sports Bureau

ଆଇପିଏଲରୁ ବିଦାୟ ନେଲେ ମର୍କ୍ସ ଉଡ

Odisha Sports Bureau

ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ

Odisha Sports Bureau