Cricket

ଧୀମା ବୋଲିଂ ହାର ନେଇ ହାର୍ଦ୍ଦିକଙ୍କ ଉପରେ ୧୨ଲକ୍ଷ ଟଙ୍କାର ଜରିମାନା

ମୁମ୍ବାଇ: ଚଳିତ ଆଇପିଏଲରେ ଦଣ୍ଡିତ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ । ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ଧୀମା ବୋଲିଂ ହାର ନେଇ ତାଙ୍କ ଉପରେ ୧୨ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ଗତ ସଂସ୍କରଣରେ ଅବଶ୍ୟ ଧୀମା ବୋଲିଂ ହାର ନେଇ ଦଣ୍ଡିତ ହେବା ଯୋଗୁ ହାର୍ଦ୍ଦିକ ଚଳିତ ସଂସ୍କରଣର ପ୍ରଥମ ମ୍ୟାଚ ଖେଳିପାରି ନ ଥିଲେ । ଅବଶ୍ୟ ଏହି ପ୍ରତିବନ୍ଧ ନିୟମକୁ ଏବେ ହଟେଇ ଦିଆଯାଇଛି । ଏବେ ଡିମେରିଟ ପଏଣ୍ଟ ଏବଂ ଜରିମାନା ଦଣ୍ଡରେ କେବଳ ଦଣ୍ଡିତ କରାଯିବ । ଗମ୍ଭୀର ମାମଲାରେ ପ୍ରତିବନ୍ଧ ଲଗାଯାଇପାରେ ।ଏହି ମ୍ୟାଚରେ ୫ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ଗୁଜରାଟ ସହଜରେ ପରାସ୍ତ କରିଥିଲା । ୧୯୭ ରନର ଲକ୍ଷ୍ୟକୁ ପିଛା କରି ଗୁଜରାଟ ୧୬୦ ରନ କରିବାକୁ ସକ୍ଷମ ହୋଇଥିଲା । ରୋହିତ ବଦଳରେ ହାର୍ଦ୍ଦିକ ଗତ ସଂସ୍କରଣରେ ମଧ୍ୟ ମୁମ୍ବାଇର ନେତୃତ୍ୱ ନେଇଥିଲେ । ଦଳ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଥିଲା ।ଚଳିତ ସଂସ୍କରଣର ପ୍ରାରମ୍ଭିକ ପର୍ଯ୍ୟାୟରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିପାରି ନାହିଁ ।

Related posts

ଭାରତ-ଦକ୍ଷିଣ ଆଫ୍ରିକା ୪ର୍ଥ ଟି-୨୦ ମ୍ୟାଚ

୧୩ ବର୍ଷ ପୂର୍ବେ ଟେଷ୍ଟ କ୍ରିକେଟରେ ପ୍ରବେଶ କରିଥିଲେ; ଏବେ ଭାରତର ସବୁଠାରୁ ସଫଳ ଅଧିନାୟକ

ପ୍ରଥମ ଦିନରେ ବରୋଦା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଓଡ଼ିଶା

Odisha Sports Bureau