Cricket

ଧୀମା ବୋଲିଂ ହାର ନେଇ ହାର୍ଦ୍ଦିକଙ୍କ ଉପରେ ୧୨ଲକ୍ଷ ଟଙ୍କାର ଜରିମାନା

ମୁମ୍ବାଇ: ଚଳିତ ଆଇପିଏଲରେ ଦଣ୍ଡିତ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ । ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ଧୀମା ବୋଲିଂ ହାର ନେଇ ତାଙ୍କ ଉପରେ ୧୨ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ଗତ ସଂସ୍କରଣରେ ଅବଶ୍ୟ ଧୀମା ବୋଲିଂ ହାର ନେଇ ଦଣ୍ଡିତ ହେବା ଯୋଗୁ ହାର୍ଦ୍ଦିକ ଚଳିତ ସଂସ୍କରଣର ପ୍ରଥମ ମ୍ୟାଚ ଖେଳିପାରି ନ ଥିଲେ । ଅବଶ୍ୟ ଏହି ପ୍ରତିବନ୍ଧ ନିୟମକୁ ଏବେ ହଟେଇ ଦିଆଯାଇଛି । ଏବେ ଡିମେରିଟ ପଏଣ୍ଟ ଏବଂ ଜରିମାନା ଦଣ୍ଡରେ କେବଳ ଦଣ୍ଡିତ କରାଯିବ । ଗମ୍ଭୀର ମାମଲାରେ ପ୍ରତିବନ୍ଧ ଲଗାଯାଇପାରେ ।ଏହି ମ୍ୟାଚରେ ୫ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ଗୁଜରାଟ ସହଜରେ ପରାସ୍ତ କରିଥିଲା । ୧୯୭ ରନର ଲକ୍ଷ୍ୟକୁ ପିଛା କରି ଗୁଜରାଟ ୧୬୦ ରନ କରିବାକୁ ସକ୍ଷମ ହୋଇଥିଲା । ରୋହିତ ବଦଳରେ ହାର୍ଦ୍ଦିକ ଗତ ସଂସ୍କରଣରେ ମଧ୍ୟ ମୁମ୍ବାଇର ନେତୃତ୍ୱ ନେଇଥିଲେ । ଦଳ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଥିଲା ।ଚଳିତ ସଂସ୍କରଣର ପ୍ରାରମ୍ଭିକ ପର୍ଯ୍ୟାୟରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିପାରି ନାହିଁ ।

Related posts

ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି…

Odisha Sports Bureau

ଟିକେଟ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ହାଇଦ୍ରାବାଦ କ୍ରିକେଟ ସଂଘ ସଭାପତି ଜଗନ ମୋହନ ରାଓ

କ’ଣ ଜସପ୍ରିତ ବୁମରାହ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିପାରିବେ? ମ୍ୟାଚ୍ ର ୪୮ ଘଣ୍ଟା ପୂର୍ବରୁ ବଡ଼ ଖବର

Odisha Sports Bureau