Cricket

ଜସପ୍ରୀତ ବୁମରାହ IPL ଖେଳିପାରିବେନି !

ବ୍ୟୁରୋ; ଜସପ୍ରୀତ ବୁମରାହ IPL ଖେଳିପାରିବେନି । ବୁମରାହଙ୍କ ସ୍ୱାସ୍ଥ୍ୟକୁ ନେଇ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ସେ ଏବେ IPLରେ ଖେଳିବେ କି ନାହିଁ ସ୍ପଷ୍ଟ ହୋଇପାରି ନାହିଁ । ପୂର୍ବରୁ ସୂଚନା ମିଳିଥିଲା ଯେ, ଏପ୍ରିଲ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେବେ ଜସପ୍ରିତ ବୁମରାହ । । କିନ୍ତୁ ଏବେ ଅପଡେଟ୍ ହେଉଛି ଯେ ତାଙ୍କ ପ୍ରତ୍ୟାବର୍ତ୍ତନର ତାରିଖ ଏପର୍ୟ୍ୟନ୍ତ ସ୍ଥିର ହୋଇନାହିଁ। ତାଙ୍କର ଫେରିବା ପାଇଁ ଆହୁରି ସମୟ ଲାଗିପାରେ।

ସେପଟେ କୁହାଯାଉଛି କି, ବୁମରାହଙ୍କୁ ଅଧିକ ବିଶ୍ରାମ ଦରକାର । ବୁମରାହ ସମ୍ପୂର୍ଣ୍ଣ ଫିଟ୍ ଫିଟ୍ ଅଛନ୍ତି । କିନ୍ତୁ ବିସିସିଆଇ ଡାକ୍ତରୀ ଦଳ ତାଙ୍କୁ ବିଶ୍ରାମ ନିହାତି ଦରକାର ବୋଲି ଅନୁମାନ କରୁଛନ୍ତି । ନହେଲେ ପୁଣି ବୁମରାହଙ୍କ ସ୍ୱାସ୍ଥ୍ୟ । ତେଣୁ, ସେ ବୁମରାହଙ୍କୁ ଆହୁରି କିଛି ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ପଛରେ କାରଣ ହେଉଛି ଇଂଲଣ୍ଡରେ ହେବାକୁ ଥିବା ଟେଷ୍ଟ ସିରିଜ୍, ଯାହା ଓଚଖ ୨୦୨୫ ପରେ ଅନୁଷ୍ଠିତ ହେବାକୁ ଯାଉଛି।

ବିସିସିଆଇ ସୂତ୍ରକୁ ଉଦ୍ଧୃତ କରି ରିପୋର୍ଟରେ କୁହାଯାଇଛି ଯେ ବୁମରାହଙ୍କ ଆଘାତ ଟିକେ ଗମ୍ଭୀର। ଏପରି ପରିସ୍ଥିତିରେ, ସେ ଯେପରି ପୁଣି ଥରେ ଷ୍ଟ୍ରେସ୍ ଫ୍ରାକ୍ଚରର ଶିକାର ନ ହୁଅନ୍ତି, ସେଥିପାଇଁ ସତର୍କତା ଅବଲମ୍ବନ କରାଯାଉଛି। ବୁମରାହ ନିଜେ ମଧ୍ୟ ଏ ବିଷୟରେ ବହୁତ ସତର୍କ। ଆକାଶଦୀପଙ୍କ ସମ୍ପର୍କରେ ସୂତ୍ରରୁ ଜଣାପଡିଛି ଯେ ସେ ଏପ୍ରିଲ ୧୦ ସୁଦ୍ଧା ଫେରିପାରିବେ। ଜସପ୍ରିତ ବୁମରାହ ଅଷ୍ଟ୍ରେଲିଆରେ ସିଡନୀ ଟେଷ୍ଟ ସମୟରେ ହୋଇଥିବା ପିଠିର ନିମ୍ନଭାଗର ଆଘାତରୁ ସୁସ୍ଥ ହେଉଛନ୍ତି।

ଆକାଶଦୀପ ମଧ୍ୟ ପିଠି ଆଘାତରେ ପୀଡିତ। ଅଷ୍ଟ୍ରେଲିଆ ଗସ୍ତ ପରେ ଉଭୟ ଖେଳାଳିଙ୍କୁ କୌଣସି ପ୍ରତିଯୋଗିତାମୂଳକ କ୍ରିକେଟ୍ ଖେଳିବାର ଦେଖାଯାଇନାହିଁ। ଆଘାତ ଯୋଗୁଁ ବୁମରାହ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ଟିମ୍ ଇଣ୍ଡିଆରୁ ବାହାରେ ଥିଲେ।

 

Related posts

ଭାରତରେ ହେବାକୁ ଥିବା ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ନ୍ୟୁଜିଲାଣ୍ଡ

Odisha Sports Bureau

ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ପାକିସ୍ତାନ ଠାରୁ ପଛରେ ଭାରତ

Odisha Sports Bureau

ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ଶୋଏବ ମଲିକଙ୍କ ବିପିଏଲ୍ ଚୁକ୍ତିନାମା ବାତିଲ

Odisha Sports Bureau