Cricket

ପାଇକପଡା ଠାରେ ଉଦଘାଟିତ ହୋଇଯାଇଛି PPL -2025 କ୍ରିକେଟ ମ୍ୟାଚ

ପାଇକପଡା : କ୍ରିକେଟ କହାକୁ ବା ପସନ୍ଦ ନୁହଁ । ଗାଁ ଠୁ ସହର ସବୁଠୁ ଚାଲେ କ୍ରିକେଟ ଖଳ । ଗାଁରେ ସନ୍ଧ୍ୟା ହେଲା ମାନେ ପିଲାମେନେ ପଡିଆକୁ ଚାଲି ଯାନ୍ତି କ୍ରିକେଟ ଖେଳିବା ପାଇଁ । ଆଉ ଯେଉଁ ଦିନ କ୍ରିକେଟ ଖଳ ଟିଭିରେ ଦିଏ ସେଦିନ ଆବାଳ ବୃଦ୍ଧବନିତା ବସି ପଡନ୍ତି ଖେଳ ଦେଖିବାପାଇଁ । ଆଉ ଏମିତିବି ହୁଏ ଗାଁ ଗାଁ ଭିତରେ , ପଞ୍ଚାୟତ ପଞ୍ଚାୟତ ଭିତରେ ଓ ବ୍ଲକ ବ୍ଲକ ଭିତରେ ଅନୁଷ୍ଠିତ ହୁଏ ପ୍ରତିଯୋଗିତା । ସେହିପରି ପାଇକପଡା ଠାରେ ଉଦଘାଟିତ ହୋଇଯାଇଛି ଚଚଖ -୨୦୨୫ କ୍ରିକେଟ ମ୍ୟାଚ । ପାଇକପଡା ପ୍ରିମିୟର ଲିଗ ୨୦୨୫ ସଂସ୍କରଣ ରେ ମୋଟ ୫ ଟି ଟିମ ଇଲେଭେନ ଷ୍ଟାର, ସାଇଲେଣ୍ଟ କିଲର, ସୁପର ସିକ୍ସସ, ୟଙ୍ଗ ୟୁନିକନ,ଡାଇମଣ୍ଡ ଷ୍ଟାଇକର ଟିମ ଅଂଶଗ୍ରହଣ କରିଛନ୍ତୀ । ଏଥିରେ ମୋଟ ମୋଟ ୭୭ ଜଣ ପ୍ଲେୟାର ଭାଗ ନେଇଛନ୍ତି । ତେବେ ଆଜିଠାରୁ ଆରମ୍ବ ହୋଇ ୨୬ ତାରିଖ ପର୍ୟ୍ୟନ୍ତ ଚାଲିବ ଏହି କ୍ରିକିଟେ ମ୍ୟାଚ । ଆଜି ଉଦଘାଟନି ମ୍ୟାଚ ରେ ସୁପର ସିକ୍ସର କୁ ଇଲେଭେନ ଷ୍ଟାର ମୁହାଁମୁହିଁ ହୋଇଥିବା ବେଳେ ପ୍ରଥମେ ସୁପର ସିକ୍ସର ବ୍ୟାଟିଂ କରି ୧୦ ଓଭର ରେ ୬ ଉଇକେଟ ବିନିମୟ ରେ ୯୩ ରନ କରିଥିଲା । ଏହାର ଜବାବ ରେ ଇଲେଭେନ ଷ୍ଟାର ୫ ଉଇକେଟ ହରାଇ ୫୯ ରନ କରିବାରେ ସକ୍ଷମ ହୋଇଥିଲେ । ଫଳରେ ସୁପର ସିକ୍ସର ବିଜୟ ଲାଭ କରିଥିଲା । ସେହିପରି ଆସନ୍ତା କାଲି ଇଲେଭେନ ଷ୍ଟାର କୁ ଡାଇମଣ୍ଡ ଷ୍ଟାଇକର ଭେଟିଭ । ପୁଣି ଥରେ ପାଇକପଡା ଠାରେ ଚଚଖ ସଂସ୍କାରଣ ହେଉଥିବା ରୁ ଖେଳାଳି ଙ୍କ ଭିତରେ ଉତ୍ସାହ ଦେଖାଦେଇଛି । ଗ୍ରାମାଞ୍ଚଳ ରେ ଏଭଳି ମ୍ୟାଚ ଆୟୋଜନ କୁ ଚାରିଆଡୁ ପ୍ରଶଂସା ର ସୁଅ ଛୁଟୁଛି ।

Related posts

ଶ୍ରୀଲଙ୍କାଠାରୁ ପରାଜୟ ପରେ ସର୍ଫରସଙ୍କ ଅଧିନାୟକତ୍ୱ ଆଉଟ

Odisha Sports Bureau

ମୁଁ କେବଳ ଘରକୁ ଯିବାକୁ ଚାହୁଁଛି… ଆକାଶ ମାର୍ଗ ବନ୍ଦ ଯୋଗୁଁ ଭାରତରେ ଫସି ରହିଛି ୱେଷ୍ଟଇଣ୍ଡିଜ୍ ଦଳ

Odisha Sports Bureau

ଆଫଗାନିସ୍ତାନ ବିପକ୍ଷ ଟି -୨୦ ସିରିଜରେ ଅଧିନାୟକ ହେବେ ରୋହିତ ଶର୍ମା; କୋହଲିଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ନିଶ୍ଚିତ

Odisha Sports Bureau