Cricket

BCCIକୁ ସ୍ପଷ୍ଟିକରଣ ମାଗିଲେ ପୂର୍ବତନ ଭାରତୀୟ ଅଧିନାୟକ ଅନିଲ କୁମ୍ବଲେ !

ରିପୋର୍ଟର୍ସ ଟୁଡେ ବୁରୋ; ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି । ଏନେଇ ତାଙ୍କୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡୁଛି । କାରଣ ୫ ଦିନରେ ଉଭୟ ଅବସର ନେଇଛନ୍ତି । ତେବେ ଇଂଲଣ୍ଡ ଗସ୍ତ ପୂର୍ବରୁ ,ଦଳ ପାଇଁ ଏବେ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ସେପଟେ ବିସିସିଆଇକୁ ଏହି ମାମଲାରେ ସ୍ପଷ୍ଟୀକରଣ ରଖିବାକୁ ପୂର୍ବତନ ଭାରତୀୟ ଅଧିନାୟକ ଅନିଲ କୁମ୍ବଲେ କହିଛନ୍ତି । ସେ କହିଛନ୍ତି, କୋହଲି ଓ ରୋହିତଙ୍କୁ ବିଦାୟ ମ୍ୟାଚ୍ ଦିଆଯିବା ଉଚିତ୍ ଥିଲା, ଯାହା ପ୍ରଶଂସକ ଓ ଖେଳାଳିଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇପାରିଥାନ୍ତା । ରିପୋର୍ଟ ଅନୁଯାୟୀ, ବିସିସିଆଇ ରୋହିତଙ୍କୁ ଟେଷ୍ଟ ଦଳରୁ ବାଦ୍ ଦେବାର ନିଷ୍ପତ୍ତି ନେଇଥିଲା, ଯାହା ତାଙ୍କ ଅବସର ଘୋଷଣାର କାରଣ ହୋଇଥିଲା । ଅନ୍ୟପକ୍ଷରେ କୋହଲି ନିଜେ ଅବସର ନେବାର ନିଷ୍ପତ୍ତି ନେଇଥିଲେ, କିନ୍ତୁ ବିସିସିଆଇ ଉଭୟ ଖେଳାଳିଙ୍କୁ ଇଂଲଣ୍ଡ ଗସ୍ତ ପାଇଁ ଖେଳିବାକୁ ଅନୁରୋଧ କରିପାରିଥାନ୍ତା । ଏକ୍ସରେ ପ୍ରଶଂସକମାନେ ବିସିସିଆଇର ଏହି ନିଷ୍ପତ୍ତିକୁ ‘ଅନ୍ୟାୟ’ ଓ ‘ଅସମ୍ମାନଜନକ’ ବୋଲି କହିଛନ୍ତି ।

 

Related posts

ରୋହିତ ଶର୍ମା ଏବଂ ବିରାଟ କେବେ ODI ମ୍ୟାଚ୍ ଖେଳିବେ? ଏହା BCCI ବୈଠକରେ ନିଷ୍ପତ୍ତି ନିଆଯିବ

ନଭେମ୍ବର ୨୩ରେ ପଲାଶ ମୁଚାଲଙ୍କୁ ବିବାହ କରିବେ ସ୍ମୃତି ମନ୍ଧାନା

Odisha Sports Bureau

ଇଣ୍ଡିଜ ସିରିଜରୁ ବାଦ ପଡ଼ିଲେ ଧାୱନ

Odisha Sports Bureau