Cricket

BCCIକୁ ସ୍ପଷ୍ଟିକରଣ ମାଗିଲେ ପୂର୍ବତନ ଭାରତୀୟ ଅଧିନାୟକ ଅନିଲ କୁମ୍ବଲେ !

ରିପୋର୍ଟର୍ସ ଟୁଡେ ବୁରୋ; ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି । ଏନେଇ ତାଙ୍କୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡୁଛି । କାରଣ ୫ ଦିନରେ ଉଭୟ ଅବସର ନେଇଛନ୍ତି । ତେବେ ଇଂଲଣ୍ଡ ଗସ୍ତ ପୂର୍ବରୁ ,ଦଳ ପାଇଁ ଏବେ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ସେପଟେ ବିସିସିଆଇକୁ ଏହି ମାମଲାରେ ସ୍ପଷ୍ଟୀକରଣ ରଖିବାକୁ ପୂର୍ବତନ ଭାରତୀୟ ଅଧିନାୟକ ଅନିଲ କୁମ୍ବଲେ କହିଛନ୍ତି । ସେ କହିଛନ୍ତି, କୋହଲି ଓ ରୋହିତଙ୍କୁ ବିଦାୟ ମ୍ୟାଚ୍ ଦିଆଯିବା ଉଚିତ୍ ଥିଲା, ଯାହା ପ୍ରଶଂସକ ଓ ଖେଳାଳିଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇପାରିଥାନ୍ତା । ରିପୋର୍ଟ ଅନୁଯାୟୀ, ବିସିସିଆଇ ରୋହିତଙ୍କୁ ଟେଷ୍ଟ ଦଳରୁ ବାଦ୍ ଦେବାର ନିଷ୍ପତ୍ତି ନେଇଥିଲା, ଯାହା ତାଙ୍କ ଅବସର ଘୋଷଣାର କାରଣ ହୋଇଥିଲା । ଅନ୍ୟପକ୍ଷରେ କୋହଲି ନିଜେ ଅବସର ନେବାର ନିଷ୍ପତ୍ତି ନେଇଥିଲେ, କିନ୍ତୁ ବିସିସିଆଇ ଉଭୟ ଖେଳାଳିଙ୍କୁ ଇଂଲଣ୍ଡ ଗସ୍ତ ପାଇଁ ଖେଳିବାକୁ ଅନୁରୋଧ କରିପାରିଥାନ୍ତା । ଏକ୍ସରେ ପ୍ରଶଂସକମାନେ ବିସିସିଆଇର ଏହି ନିଷ୍ପତ୍ତିକୁ ‘ଅନ୍ୟାୟ’ ଓ ‘ଅସମ୍ମାନଜନକ’ ବୋଲି କହିଛନ୍ତି ।

 

Related posts

ମହିଳା ଆଇପିଏଲ ଦଳ କିଣିବା ଏବଂ ଚଳାଇବା ଅଧିକାର ପାଇଁ ବିସିସିଆଇ ଟେଣ୍ଡର ଘୋଷଣା

Odisha Sports Bureau

ବିଶ୍ୱକପରୁ ବାଦ ପଡିଛି ନାମ୍ବିଆ ଓ ଓମାନ ଟିମ

ବିଶ୍ୱକପରେ ପ୍ରଥମ ଶତକ ମାରିଥିବା ଖେଳାଳି ହେଲେ ଜାରଦାନ

Odisha Sports Bureau

Leave a Comment