Cricket

ଧୋନିଙ୍କ ପାଦ ଛୁଇଁ ସୋସିଆଲ ମିଡିଆରେ ଭାଇରଲ ହେଉଛନ୍ତ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସର ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ମହେନ୍ଦ୍ର ସିଂହ ଧୋନୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇ IPL 2025 ସିଜିନ ଶେଷ କରିଥିଲେ। ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଗତକାଲି ଚେନ୍ନାଇ ସୁପରକିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚକୁ ରାଜସ୍ଥାନ ୬ ୱିକେଟରେ ଜିତିନେଇଛି । ଏହି ମ୍ୟାଚ ସରିବା ପରେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ମହେନ୍ଦ୍ର ସିଂ ଧୋନିଙ୍କ ପାଦ ଛୁଇଁଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଚଳିତ ସିଜିନରେ ଏହି ମ୍ୟାଚ ରାଜସ୍ଥାନର ଶେଷ ମ୍ୟାଚ ଥିଲା । ଚେନ୍ନାଇ ପ୍ରଥମ ବ୍ୟାଟିଂ କରି ୧୮୮ ରନ୍ ଟାର୍ଗେଟ ଦେଇଥିଲା । ଯାହାର ଜବାବର ରାଜସ୍ଥାନ ୧୮ ଓଭରରେ ୧୮୯ ରନ କରି ବିଜୟ ଲାଭ କରିଥିଲା । ଶେଷ ମ୍ୟାଚରେ ରାଜସ୍ଥାନ ଚେନ୍ନାଇକୁ ୬ ୱିକେଟରେ ହରାଇଥିଲା ।

ଏହି ସିଜିନରେ ରାଜସ୍ଥାନର ପ୍ରଦର୍ଶନ ଭଲ ନଥିଲା ସତ କିନ୍ତୁ ବୈଭବ ଏବଂ ଯଶସ୍ବୀ ସମସ୍ତଙ୍କ ମନ ଜିଣିନେଇଥିଲେ । ବୈଭବ ଏହି ସିଜିନରେ ଶତକ ମାରିଥିଲେ । ଏହି ମ୍ୟାଚରେ ବୈଭବ ୫୭ ରନ୍ କରିଥିଲେ । ବୈଭବ ୪ଟି ଚଉକା ଏବଂ ୪ଟି ଛକା ମାରିଥିଲେ । ମ୍ୟାଚ ସରିବା ପରେ ଧୋନିଙ୍କ ପାଦ ଛୁଇଁଥିଲେ ବୈଭବ, ଆଉ ବୈଭବଙ୍କୁ ଉଠାଇ କଥା ହୋଇଥିଲେ ଧୋନି ।

 

Related posts

ଶେଷ ଟେଷ୍ଟ୍ରରେ କମାଲ୍ କଲେ ଜଶସ୍ବୀ ଜୈସ୍ଓ୍ବାଲ୍

Odisha Sports Bureau

ମହାକାଳଙ୍କ ଭସ୍ମ ଆଳତୀରେ ସାମିଲ ହେଲେ ଭାରତୀୟ ମହିଳା ଦଳ

Odisha Sports Bureau

ଅଷ୍ଟ୍ରେଲୀୟ ଖେଳାଳିଙ୍କ ସାମ୍ନାରେ ନାଚୁଥିବାର ନଜର ଆସିଲେ ନାଚିଲେ କୋହଲି

Odisha Sports Bureau