Uncategorized

ମନ୍ କି ବାତରେ ଓଡିଆ ଖେଳାଳିଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ‘ମନ କି ବାତ’ରେ ଓଡ଼ିଆ ପୁଅଙ୍କୁ ପ୍ରଶଂସା  କଲେ ପ୍ରଧାନମନ୍ତ୍ରୀ । ଓଡ଼ିଆ ଭାରୋତ୍ତୋଳକ ହର୍ଷବର୍ଦ୍ଧନ ସାହୁ ଖେଲୋ ଇଣ୍ଡିଆରେ ପଦକ ଜିତିଥିଲେ । ଚଳିତ ମାସ ସରିଥିବା ଖେଲୋ ଇଣ୍ଡିଆରେ ଓଡ଼ିଆ ପୁଅ ହର୍ଷବର୍ଦ୍ଧନ ସାହୁ ୪୯ କିଲୋ କାଟାଗୋରୀରେ ନୂଆ ରେକର୍ଡ କରିଥିଲେ । ୪୯ କିଗ୍ରା ବର୍ଗରେ ମୋଟ ୨୦୩ କିଗ୍ରା ଓଜନ ଉଠାଇ ସ୍ଵର୍ଣ୍ଣ ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିଥିଲେ ।  ଏ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, “ସାରା ବିଶ୍ୱ ଆମ ଯୁବ ଖେଳାଳିଙ୍କ ପ୍ରତିଭାକୁ ଦେଖିଲେ । ଭାରୋତ୍ତୋଳନରେ ମହାରାଷ୍ଟ୍ରରର ଅସ୍ମିତା ଧୋନେ, ଓଡ଼ିଶାର ହର୍ଷବର୍ଦ୍ଧନ ସାହୁ ଏବଂ ଉତ୍ତରପ୍ରଦେଶର ତୁଷାର ଚୌଧୁରୀଙ୍କ ଚମତ୍କାର ପ୍ରଦର୍ଶନ ସମସ୍ତଙ୍କ ହୃଦୟ ଜିତିଛି । ସେପଟେ ମହାରାଷ୍ଟ୍ରର ସାଇରାଜ ପ୍ରଦେଶୀ ୩ଟି ରେକର୍ଡ କରିପାରିଛନ୍ତି ।”

Related posts

ହକି ଦଳରେ ଓଡିଶାର ୩ଜଣ ସ୍ଥାନ ପାଇଛନ୍ତି

Odisha Sports Bureau

ଏସୀୟ କ୍ରୀଡ଼ା ୨୦୨୩: ଭାରତକୁ ପିସ୍ତଲ୍‌ ଚାଳନାରେ ସ୍ବର୍ଣ୍ଣ ଓ ରାଇଫଲ୍‌ରେ ରୌପ୍ୟ ପଦକ

Odisha Sports Bureau

ଭିନେଶ ଫୋଗଟ ଡିସ୍ କ୍ୱାଲିଫାଏଡ : ପ୍ରବୋଧନା ଦେଲେ ପ୍ରଧାନମନ୍ତ୍ରୀ

Odisha Sports Bureau