Uncategorized

ମନ୍ କି ବାତରେ ଓଡିଆ ଖେଳାଳିଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ‘ମନ କି ବାତ’ରେ ଓଡ଼ିଆ ପୁଅଙ୍କୁ ପ୍ରଶଂସା  କଲେ ପ୍ରଧାନମନ୍ତ୍ରୀ । ଓଡ଼ିଆ ଭାରୋତ୍ତୋଳକ ହର୍ଷବର୍ଦ୍ଧନ ସାହୁ ଖେଲୋ ଇଣ୍ଡିଆରେ ପଦକ ଜିତିଥିଲେ । ଚଳିତ ମାସ ସରିଥିବା ଖେଲୋ ଇଣ୍ଡିଆରେ ଓଡ଼ିଆ ପୁଅ ହର୍ଷବର୍ଦ୍ଧନ ସାହୁ ୪୯ କିଲୋ କାଟାଗୋରୀରେ ନୂଆ ରେକର୍ଡ କରିଥିଲେ । ୪୯ କିଗ୍ରା ବର୍ଗରେ ମୋଟ ୨୦୩ କିଗ୍ରା ଓଜନ ଉଠାଇ ସ୍ଵର୍ଣ୍ଣ ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିଥିଲେ ।  ଏ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, “ସାରା ବିଶ୍ୱ ଆମ ଯୁବ ଖେଳାଳିଙ୍କ ପ୍ରତିଭାକୁ ଦେଖିଲେ । ଭାରୋତ୍ତୋଳନରେ ମହାରାଷ୍ଟ୍ରରର ଅସ୍ମିତା ଧୋନେ, ଓଡ଼ିଶାର ହର୍ଷବର୍ଦ୍ଧନ ସାହୁ ଏବଂ ଉତ୍ତରପ୍ରଦେଶର ତୁଷାର ଚୌଧୁରୀଙ୍କ ଚମତ୍କାର ପ୍ରଦର୍ଶନ ସମସ୍ତଙ୍କ ହୃଦୟ ଜିତିଛି । ସେପଟେ ମହାରାଷ୍ଟ୍ରର ସାଇରାଜ ପ୍ରଦେଶୀ ୩ଟି ରେକର୍ଡ କରିପାରିଛନ୍ତି ।”

Related posts

ଭାରତୀୟ ଦଳରେ କମାଲ କରିବେ ଓଡ଼ିଶାର ୫ଜଣ ଖେଳାଳି

Odisha Sports Bureau

ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାଁ ବଦଳି ହେଲା ଓଡିଶା ରାଜ୍ୟ କ୍ରୀଡା ସମ୍ମାନ

ସେପଟେ ସୁନ୍ଦରଗଡରେ ନାହାନ୍ତି ମହିଳା କୋଚ୍

Odisha Sports Bureau