Athletics

କଳିଙ୍ଗ ଷ୍ଟାଡ଼ିୟମ୍‌ ଠାରେ ଆୟୋଜିତ ହେବ ବିଶ୍ଵ ଆଥଲେଟ କଣ୍ଟିନେଣ୍ଟାଲ ଟୁର୍

ଭୁବନେଶ୍ୱର-: ଭୁବନେଶ୍ୱରରେ ଆୟୋଜିତ ହେବ ବିଶ୍ଵ ଆଥଲେଟ କଣ୍ଟିନେଣ୍ଟାଲ ଟୁର୍। ସାମିଲ ହେବେ ବିଶ୍ଵର ନାମୀ ଆଥଲେଟ। ତେବେ ଇଣ୍ଡିଆରେ ପ୍ରଥମଥର ପାଇଁ ଏବଂ ତାହା ମଧ୍ୟ ଭୁବନେଶ୍ୱରରେ ଆୟୋଜିତ ହେବ। କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମି ଉପରେ ବିଶ୍ୱାସ କରିଥିବାରୁ ବିଶ୍ଵ ଆଥଲେଟିକସ, ଆଥଲେଟିକ ଫେଡେରେଶନ ଅଫ୍ ଇଣ୍ଡିଆ ଓ କେନ୍ଦ୍ର ସରକାର କଳିଙ୍ଗ ଷ୍ଟାଡିୟମରେ ଭରସା କରିଛନ୍ତି। ଆସନ୍ତା ଅଗଷ୍ଟ ମାସ ୧୦ ତାରିଖ ଦିନ ଏହି ବିଶ୍ୱ ସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରାଯିବ। କଳିଙ୍ଗ ଷ୍ଟାଡ଼ିୟମ୍‌ ଠାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ପ୍ରତିଯୋଗିତା ସମ୍ବନ୍ଧୀୟ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି।

ସେ କହିଛନ୍ତି ଯେ, ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ବିଶ୍ୱ ସ୍ତରୀୟ ଆଥଲେଟିକ୍ ପ୍ରତିଯୋଗିତାର ଆୟୋଜନ କରାଯିବ। ଓଡ଼ିଶାରେ ପ୍ରଥମ ଥର ପାଇଁ ଆସନ୍ତା ଅଗଷ୍ଟ ମାସ ୧୦ ତାରିଖ ଦିନ ୱାର୍ଲଡ଼ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍ (ବ୍ରୋଞ୍ଜ ଲେଭେଲ) ପ୍ରତିଯୋଗିତାର ଆୟୋଜନ କରାଯିବ। ପ୍ରତିଯୋଗିତାରେ ଭାରତ, ତୁର୍କମେନିସ୍ତାନ, ଭୁଟାନ୍‌, ଫିଲିପାଇନ୍ସ, ଦକ୍ଷିଣ କୋରିଆ, ମାଲେସିଆ, ଇରାକ୍, ଭିଏତ୍‌ନାମ, ରିପବ୍ଲିକ ଅଫ୍‌ କାମେରୁନ୍‌, ଶ୍ରୀଲଙ୍କା, ଇରାନ୍‌ ଏବଂ ମାଳଦ୍ୱୀପ ଆଦି ୧୦ରୁ ଅଧିକ ଦେଶର କ୍ରୀଡ଼ାବିତ୍‌ମାନେ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତାରେ ୧୫୦ରୁ ଉର୍ଦ୍ଧ୍ଵ କ୍ରୀଡ଼ାବିତମାନେ ଅଂଶଗ୍ରହଣ କରିବେ। ପ୍ରତିଯୋଗିତାରେ ସମୁଦାୟ ୨୦ଟି ଇଭେଣ୍ଟର ଆୟୋଜନ କରାଯିବ।

ଓଡ଼ିଶାରେ ପ୍ରଥମ ଥର ପାଇଁ ୱାଲର୍ଡ଼ ଆଥଲେଟିକ କଣ୍ଟିନେଣ୍ଟାଲ ଟୁର୍ ର ଆୟୋଜନ ହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିବା ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶ୍ୱ ସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ପ୍ରଦାନ କରିବା ଠାରୁ ଆରମ୍ଭ କରି ପ୍ରତିଯୋଗିତାରେ ଭାଗନେଉଥିବା ଖେଳାଳୀମାନଙ୍କର ସୁରକ୍ଷିତ ରହଣି, ଆତିଥ୍ୟ ଠାରୁ ନେଇ ଲଜିଷ୍ଟିକ୍ସ ପର୍ଯ୍ୟନ୍ତ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଉଛି।

Related posts

ଏସିଆନ ଗେମ୍ସରେ ଭାରତର ପ୍ରତିନିଧିତ୍ୱ କରିବେ କନଷ୍ଟେବଳ ରଶ୍ମିତା…

Odisha Sports Bureau

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬: ଭାରତର ସ୍ୱର୍ଣ୍ଣ ବିଜୟରେ ଚମକିଲେ ମହିଳା ଖେଳାଳି, ୧୩ରୁ ୮ଟି ସ୍ୱର୍ଣ୍ଣ ମହିଳାଙ୍କ ନାମରେ

Odisha Sports Bureau

ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ