Cricket

ଲର୍ଡ୍ସ ଟେଷ୍ଟରେ ଭାରତର ସଂଘର୍ଷ ଜାରି

ଇଂଲଣ୍ଡ-: ଲର୍ଡ୍ସ ଟେଷ୍ଟରେ ଭାରତର ସଂଘର୍ଷ ଜାରି ରହିଛି। ଶନିବାର ଇଂଲଣ୍ଡ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚର ୩ୟ ଦିବସ ଖେଳ ଜାରି ରହିଥିବାବେଳେ ଭାରତ ୫ ୱିକେଟ ହରାଇ ୨୯୫ ରନ ସଂଗ୍ରହ କରିଛି। ଫଳରେ ପ୍ରଥମ ପାଳିରେ ଭାରତ ଇଂଲଣ୍ଡଠାରୁ ୯୨ ରନରେ ପଛୁଆ ରହିଛି। କେ.ଏଲ. ରାହୁଲଙ୍କ ଶତକ ରୁଷଭ ପନ୍ତଙ୍କ ୭୪ ରନ ବଳରେ ଭାରତ ଏହି ସ୍କୋର କରିପାରିଛି। ତେବେ ରାହୁଲ ୧୦୦ ରନ କରିବା ପରେ ସୋଏବ ବସିରଙ୍କ ବଲରେ ଆଉଟ ହୋଇଥିଲେ । ସେହିପରି  ପନ୍ତ ୭୪ ରନ କରି ରନ ଆଉଟ ହୋଇଥିଲେ । ଏବେ କ୍ରିଜରେ ରବୀନ୍ଦ୍ର ଜାଦେଜା ଓ ନୀତୀଶ କୁମାର ରେଡ୍ଡୀ ବ୍ୟାଟିଂ କରୁଛନ୍ତି । ଇଂଲଣ୍ଡ ପକ୍ଷରୁ କ୍ରିସ ୱକ୍ସ, ଜୋଫ୍ରା ଆର୍ଚର, ବେନ ଷ୍ଟୋକ୍ସ ଓ ସୋଏବ ବସିର ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

Related posts

ମ୍ୟାନ୍ ଅଫ୍ ଦ ସିରିଜ୍ ମିଳିବା ପରେ ଉତ୍ସାହିତ ହୋଇ ଶିଶୁ ଫ୍ୟାନ୍ସଙ୍କୁୁୁ ନିଜ ବାହୁରେ ତୋଳି ଧରିଥିଲେ ଧାୱନ୍

Odisha Sports Bureau

ଆଇପିଏଲ ୨୦୨୪ ପୂର୍ବରୁ ଆହତ ହୋଇଛନ୍ତି ଶିବମ ଦୁବେ

Odisha Sports Bureau

କ୍ରିକେଟର ଗୌତମ ଗମ୍ଭୀରଙ୍କୁ ଧମକ

Odisha Sports Bureau