Cricket

ଦିନିକିଆ ବିଶ୍ୱକପ୍‌: ଚାମ୍ପିଅନ୍‌ ଦଳ ଟ୍ରଫି ସମେତ ୩୩.୧୮ କୋଟି ଟଙ୍କା ପୁରସ୍କାର ରାଶି

ଦୁବାଇ: ଆଗାମୀ ଦିନିକିଆ ବିଶ୍ୱକପ୍‌ର ପୁରସ୍କାର ରାଶି ଘୋଷଣା କରାଯାଇଛି । ଏଥର ଚାମ୍ପିଅନ୍‌ ଦଳ ଟ୍ରଫି ସମେତ ୩୩.୧୮ କୋଟି ଟଙ୍କା ପୁରସ୍କାର ପାଇବେ । ରନର୍ସ ଅପ୍‌ ଦଳକୁ ୧୬.୫୯ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ସେମି ଫାଇନାଲ୍‌ରେ ପରାଜିତ ୨ ଦଳ ୬.୬୩ କୋଟି ଟଙ୍କା ଲେଖାଏଁ ଆର୍ଥିକ ରାଶି ଅର୍ଜନ କରିବେ । ସେହିପରି ଗ୍ରୁପ୍‌ ପର୍ଯ୍ୟାୟରୁ ଅଭିଯାନ ଶେଷ କରୁଥିବା ବାକି ୬ଟି ଯାକ ଦଳ ୮୨.୯୪ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ରାଶି ସହ ସ୍ୱଦେଶ ଫେରିବେ । ଏତଦ ବ୍ୟତୀତ ଗ୍ରୁପ୍‌ ପର୍ଯ୍ୟାୟରେ ପ୍ରତି ମ୍ୟାଚ୍‌ରେ ବିଜୟ ପିଛା ୩୩.୧୭ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

Related posts

ବିଶ୍ୱକପ ପାଇଁ ଟିମ୍ ଘୋଷଣା କଲା ଅଷ୍ଟ୍ରେଲିଆ, ପ୍ୟାଟ୍ କମିନ୍ସ ଅଧିନାୟକ

Odisha Sports Bureau

ଭାଙ୍ଗିଲା ମହିଳା କ୍ରିକେଟର ସ୍ମୃତି ଓ ସଙ୍ଗୀତ ନିର୍ଦ୍ଦେଶକ ପଲାସଙ୍କ ବାହାଘର

Odisha Sports Bureau

ଠକାମିର ଶିକାର ହେଲେ ସଚିନ ତେନ୍ଦୁଲକର