Uncategorized

୨୦୨୮ରୁ ଆରମ୍ଭ ହେବ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ଇଭେଣ୍ଟ

୧୨୮ ବର୍ଷର ଦୀର୍ଘ ବ୍ୟବଧାନ ପରେ ଜୁଲାଇ ୧୨, ୨୦୨୮ରୁ ଆରମ୍ଭ ହେବ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସରେ କ୍ରିକେଟ୍ ଇଭେଣ୍ଟ । ଆଇଓସି (ଅନ୍ତର୍ଜାତୀୟ ଅଲମ୍ପିକ୍ କମିଟି) ଏହାକୁ ଅନୁମୋଦନ କରିବା ପରେ ଏହାର କାର୍ୟ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି । ତେବେ ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ । ଏବଂ ଏଥିରେ ପୁରୁଷ ଓ ମହିଳା ଉଭୟ ବର୍ଗରେ ୬ଟି ଲେଖାଏଁ ଦଳ ଅଂଶଗ୍ରହଣ କରିବେ । ଏହା ପୂର୍ବରୁ ୧୯୦୦ ମସିହାରେ ପ୍ୟାରିସ୍ ଅଲମ୍ପିକ୍ସରେ ଶେଷ ଥର ପାଇଁ କ୍ରିକେଟ୍ ଖେଳାଯାଇଥିଲା, ଯେଉଁଥିରେ କେବଳ ଗ୍ରେଟ୍ ବ୍ରିଟେନ ଓ ଫ୍ରାନ୍ସ ଅଂଶଗ୍ରହଣ କରିଥିଲେ । କ୍ରିକେଟ୍ ବ୍ୟତୀତ ବେସବଲ୍/ସଫ୍ଟବଲ୍, ଫ୍ଲାଗ୍ ଫୁଟବଲ୍, ଲାକ୍ରୋସ୍ ଏବଂ ସ୍କ୍ୱାସ୍ ଭଳି ଖେଳକୁ ମଧ୍ୟ ଏହି ଅଲମ୍ପିକ୍ସରେ ସାମିଲ କରାଯାଇଛି ।

୨୦୨୮ ମ୍ୟାଚ୍ ରେ ପ୍ରତ୍ୟେକ ଦଳରେ ୧୫ ଜଣ ଖେଳାଳି ରହିପାରିବେ । ଆମେରିକା ଆୟୋଜକ ଦେଶ ହୋଇଥିବାରୁ ସିଧାସଳଖ ଯୋଗ୍ୟତା ପାଇବାର ସମ୍ଭାବନା ରହିଛି । ଜୁଲାଇ ୨୦ ଓ ୨୯ ତାରିଖରେ ପଦକ ପାଇଁ ମ୍ୟାଚ ଗୁଡ଼ିକ ଖେଳାଯିବ । ଅଧିକାଂଶ ଦିନରେ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳାଯିବାର କାର୍ୟ୍ୟକ୍ରମ ରହିଛି । ଜୁଲାଇ ୧୪ ଓ ୨୧ ତାରିଖରେ କୌଣସି ମ୍ୟାଚ୍ ଖେଳାଯିବ ନାହିଁ । ସମସ୍ତ କ୍ରିକେଟ୍ ମ୍ୟାଚ୍ ଲସ୍ ଆଞ୍ଜେଲସ୍ ଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଥିବା ପୋମୋନାର ଫେୟାରଗ୍ରାଉଣ୍ଡସ୍‌ରେ ନିର୍ମିତ ଏକ ଅସ୍ଥାୟୀ ଷ୍ଟାଡିୟମ୍‌ରେ ଆୟୋଜିତ ହେବ ।

Related posts

ଜର୍ମାନୀରେ ହେବାକୁ ଥିବା ଅଲମ୍ପିକ୍ସ କ୍ରୀଡ଼ାର ଭାଗ ନେବାକୁ ଯିବେ ଆଠଗଡ଼ ଝିଅ

୨୦୩୬ରେ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ କମିଟିକୁ ଚିଠି କଲା ଭାରତୀୟ ଅଲିମ୍ପିକ୍ସ ସଂଘ

Odisha Sports Bureau

ନୀରଜ ସ୍ବର୍ଣ୍ଣ ଜିତିଲେ ପୁରସ୍କାର ଦେବେ ଋଷବ ପନ୍ତ

Odisha Sports Bureau