Swimming

ରାମେଶ୍ଵର ଷ୍ଟାଡିୟମ୍ ସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାର ଠାରେ ଅନୁଷ୍ଠିତ ହେଲା ସନ୍ତରଣ ପ୍ରତିଯୋଗିତା

ସୁବର୍ଣ୍ଣପୁର ଜିଲ୍ଲାରେ ସୋମବାର ଚତୁର୍ଥତମ ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା-୨୦୨୫ ରାମେଶ୍ଵର ଷ୍ଟାଡିୟମ୍ ସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ସନ୍ତରଣକାରୀମାନେ ଉଭୟ ଜୁନିଅର ଓ ସବ ଜୁନିଅର ବିଭାଗ ନିମନ୍ତେ ଆଗାମୀ ଦିନରେ ରାଜ୍ୟରେ ହେବାକୁ ଥିବା ସନ୍ତରଣ ପ୍ରତିଯୋଗିତା ପାଇଁ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ସର୍ବମୋଟ ୭୦ ଜଣ ପୁଅ ଓ ୩୫ ଜଣ ଝିଅ ଅଂଶ ଗ୍ରହଣ କରିଥିଲେ । ଅଂଶଗ୍ରହଣକାରୀ କୁନି କୁନି ସନ୍ତରଣକାରୀ ମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରାଯାଇଥିଲା । ଏହି ପ୍ରତିଯୋଗିତାକୁ ପରିଚାଳନା ପାଇଁ ଜିଲ୍ଲା ସନ୍ତରଣ ସଂଘ ସଭାପତି ଜୟନାରାୟଣ ମେଣ୍ଡିଲୀ, ସନ୍ତରଣଗାରର ମୁଖ୍ୟ କୋଚ ସଞ୍ଜୟ କୁମାର ପାଣ୍ଡେ, ସହକୋଚ ନିମାଇଁ ଚରଣ ବାଘ, ଦିଗାମ୍ବର ଶତପଥୀ, ବିଦ୍ୟାଧର ମିଶ୍ର, ବିଶ୍ୱ ରଞ୍ଜନ ଦଳାଇ, ପ୍ରକାଶ ମେହେର, ମନୋରଞ୍ଜନ ମିଶ୍ର, ଭକ୍ତି ରଞ୍ଜନ ଦଳାଇ, ସ୍ୱର୍ଣ୍ଣପ୍ରଭା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Related posts

୫୦ ମିଟର ଫ୍ରିଷ୍ଟାଇଲରେ ଗୋଲ୍ଡ ଜିତିଲେ ବିରଧବଲ

Odisha Sports Bureau

ପ୍ୟାରିସ୍ ଅଲିମ୍ପିକ୍ସରେ ବଡ଼ ଅଘଟଣ, ଅଚେତ ହୋଇଗଲେ ସନ୍ତରଣକାରୀ

Odisha Sports Bureau

ଭାରତୀୟ ସନ୍ତରଣ ଦଳରେ ସୃଷ୍ଟି, ପ୍ରତ୍ୟାଶା