Wrestling

ଆନ୍ତର୍ଜାତୀୟ ରେସଲର ଦିବ୍ୟା କାକରନ ତାଙ୍କ ପତିଙ୍କ ଠାରୁ ବିଧିବଦ୍ଧ ଭାବେ ଅଲଗା ହୋଇଛନ୍ତ

ନୂଆଦିଲ୍ଲୀ-: ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲଙ୍କ ପରେ ଏବେ ଆନ୍ତର୍ଜାତୀୟ ରେସଲର ଦିବ୍ୟା କାକରନ ତାଙ୍କ ପତିଙ୍କ ଠାରୁ ବିଧିବଦ୍ଧ ଭାବେ ଅଲଗା ହୋଇଛନ୍ତ । ସୋସିଆଲ ମିଡିଆରେ ପୋଷ୍ଟ କରି ଦିବ୍ୟା ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଏକ ପୋଷ୍ଟ ସେୟାର କରି ସେ କହିଛନ୍ତି,ଏହା ମୋ ଜୀବନର ଏକ କଠିନ ନିଷ୍ପତି ଥିଲା । ଭାବନାତ୍ମକ ଭାବେ ଜଡିତ ହେବା ପରେ ଅଲଗା ହେବା କଷ୍ଟକର ବୋଲି ସେ କହିଛନ୍ତି । ଜୀବନରେ ବେଳେ ବେଳେ ଆମେ ଏମିତି ପରିସ୍ଥିତିରେ ପହଂଚି ଥାଉ ଯାହା କେବେ ପୂର୍ବରୁ ଭାବି ନଥିବା । ମୋର ପ୍ରତ୍ୟେକ ନିଷ୍ପତିରେ ମାତା, ପିତା ଓ ପରିବାର ଲୋକ ସମର୍ଥନ କରିଥିବାରୁ ସେମାନଙ୍କ ପାଖରେ ମୁଁ ଋଣୀ । ଦିବ୍ୟା ୨୫ ବର୍ଷ ବୟସରେ ୨୧ ଫେବୃୟାରୀ ୨୦୨୩ ମସିହାରେ ମେରଠର ଜିମ୍ ଟ୍ରେନର ସଚିନ ପ୍ରତାପ ସିଂଙ୍କୁ ବିବାହ କରିଥିଲେ । ବିବାହର ପ୍ରାୟ ୨ ବର୍ଷ ପରେ ତାଙ୍କର ଛାଡପତ୍ର ହୋଇଛି ।

Related posts

ଗୁଜରାଟ ସ୍ପୋର୍ଟ କ୍ଲବ୍‌ରେ ଆୟୋଜିତ ବାର୍ଷିକ ସାଧାରଣ ବୈଠକରେ ମହାସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

‘ଭିନେଶଙ୍କୁ ମିଳିବ ସବୁ ସମ୍ମାନ’

Odisha Sports Bureau

ଅଣ୍ଡର-୨୦ ରେସଲିଂ ୱାର୍ଲ୍ଡ ଚାମ୍ପିଅନସିପରେ କାଜଲ ଢୋଚକଙ୍କ ଚମତ୍କାର ପ୍ରଦର୍ଶନ

Odisha Sports Bureau