Swimming

ପୁଣି ଆଉ ଏକ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗୌରଣ ଆଣିଲେ ସାଇ ସ୍ୱରୂପ

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ପୁଣି ଆଉ ଏକ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗୌରଣ ଆଣିଲେ ସାଇ ସ୍ୱରୂପ । ଅହମଦାବାଦରେ ଆୟୋଜିତ ୫୧ତମ ଜାତୀୟ କନିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡିଶାର ଯୁବ ସନ୍ତରଣକାରୀ ସାଇ ସ୍ୱରୂପ ସ୍ୱାଇଁ ଚମତ୍କାର ପ୍ରଦର୍ଶନ କରି ୨ ସ୍ୱର୍ଣ୍ଣ ଓ କାଂସ୍ୟ  ଜିତିଛନ୍ତି ।

ସାଇ ସ୍ୱରୂପ ହେଉଛନ୍ତି ଓଡିଶାର ପ୍ରଥମ ପୁରୁଷ ସନ୍ତରଣକାରୀ ଭାବେ ଗୌରବ ହାସଲ କରିଛନ୍ତି । ପୂର୍ବରୁ ୨୦୦ ମିଟର , (୨:୩୧.୫୦) ବ୍ରେଷ୍ଟଷ୍ଟ୍ରୋକରେ ସ୍ୱର୍ଣ୍ଣ ଏବଂ ୫୦ ମିଟର(୩୨.୯୫‌) ବ୍ରେଷ୍ଟଷ୍ଟ୍ରୋକରେ କାଂସ୍ୟ ଜିତିଥିଲେ ।

ଏହାପରେ ଓ ବଙ୍କଳ ୧୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ-୨ରେ ସ୍ୱର୍ଣ୍ଣ ଜିତିଛନ୍ତି । ଫାଇନାଲ୍‌ ରେସ୍‌କୁ ସେ ୧ ମିନିଟ୍‌ ୧୦.୬୧ ସେକେଣ୍ଡ୍‌ରେ ଶେଷ କରି ଏହି ପଦକ ପାଇଥିଲେ। ଜେଏସ୍‌ଡବ୍‌ଲ୍ୟୁର ଇନ୍‌ସ୍ପାୟାର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ସ୍ପୋର୍ଟସରେ ୟୁର୍ବେଶ ଦୁବେ ଏବଂ ଡଗଲାସ୍‌ ଇଗରଙ୍କଠାରୁ ପ୍ରଶିକ୍ଷଣ ନେଇ ସାଇ ସାଇ ସ୍ବରୂପ ଏତେ ସଫଳତା ପାଇଥିବାରୁ ତାଙ୍କୁ ଉଭୟ ଅଭିନନ୍ଦନ ଜଣାଇଛନ୍ତି।

Related posts

କଳିଙ୍ଗ ଷ୍ଟାଡିୟମରେ ପିଲାମାନଙ୍କୁ ପହଁରା ଶିଖେଇଲେ ଷ୍ଟେପିନ ରାଇସ

Odisha Sports Bureau

ତୃତୀୟ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବ ଜାତୀୟ ସନ୍ତରଣ ପ୍ରତିଯୋଗିତା

Odisha Sports Bureau

୩୭ତମ ଜାତୀୟ କ୍ରୀଡ଼ା: ଓଡ଼ିଶାକୁ ରୌପ୍ୟ ଓ କାଂସ୍ୟ ପଦକ

Odisha Sports Bureau