Cricket

ଆପୋଲୋ ଟାୟାର୍ସ ହେଲା ଟିମ୍ ଇଣ୍ଡିଆର ଜର୍ସି ସ୍ପନସର୍

ଡ୍ରିମ୍ ୧୧ ପରେ ଆପୋଲୋ ଟାୟାର୍ସ ହେଲା ଟିମ୍ ଇଣ୍ଡିଆର ଜର୍ସି ସ୍ପନସର୍ । ଏଣିକି ଟିମ୍ ଇଣ୍ଡିଆର ଜର୍ସିରେ ଆପୋଲୋ ଟାୟାର୍ସ ଲେଖାଥିବା ଦେଖିବାକୁ ମିଳିବ । ତେବେ ଡ୍ରିମ୍ ୧୧ ପରେ ଭାରତୀୟ କ୍ରିକେଟ୍ ଦଳର ଜର୍ସି ସ୍ପନସର କିଏ ହେବ ସେ ନେଇ ସସପେନ୍ସ ଲାଗି ରହିଥିଲା । ଆଉ ଶେଷରେ ଆପୋଲୋ ଟାୟାର୍ସ ଏବେ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ୍ ଦଳର ନୂତନ ଜର୍ସି ସ୍ପନସର ହୋଇଛି ।

 

View this post on Instagram

 

A post shared by SportsTiger (@sportstiger_official)

ଖବର ମୁତାବକ, ଟିମ୍ ଇଣ୍ଡିଆ ଜର୍ସି ସ୍ପନସର ପାଇଁ ଆଜି ନିଲାମୀ ପ୍ରକ୍ରିୟା ହୋଇଥିଲା । ନିଲାମୀ ଦୌଡରେ କେନୱା ଏବଂ ଜେକେ ଟାୟାର ମଧ୍ୟ ରହିଥିଲା । କିନ୍ତୁ ଆପୋଲୋ ଟାୟର ଏମାନଙ୍କୁ ପଛରେ ପକାଇ ବାଜି ମାରିନେଇଥିଲା । ଆପୋଲୋ ଟାୟର୍ସ ପ୍ରତ୍ୟେକ ମ୍ୟାଚ୍ ପାଇଁ ବିସିସିଆଇକୁ ୪.୫ କୋଟି ଟଙ୍କା ଦେବ, ଯାହା ପୂର୍ବ ପ୍ରାୟୋଜକ ଡ୍ରିମ ୧୧ ଦ୍ୱାରା ଦିଆଯାଉଥିବା ୪ କୋଟି ଟଙ୍କାଠାରୁ ଅଧିକ । ଏହି ନୂଆ ଡିଲ୍ ୨୦୨୭ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟ ସୀମା ମଧ୍ୟରେ ଭାରତ ପାଖାପାଖି ୧୩୦ଟି ମ୍ୟାଚ୍ ଖେଳିବ ।

Related posts

ଶ୍ରୀଲଙ୍କାକୁ ୬୨ ରନ୍‌ରେ ହରାଇଲା ଭାରତ

Odisha Sports Bureau

ଲକ୍ଷ୍ନୌ ସୁପରଜିଆଣ୍ଟସ ଛାଡିଲେ ଇଂଲଣ୍ଡ ଅଲରାଉଣ୍ଡର ଡେଭିଡ ୱିଲେ

Odisha Sports Bureau

ପୂର୍ଣ୍ଣ ପ୍ରସ୍ତୁତି ସହିତ ଏସିଆ କପରେ ପ୍ରବେଶ କରିବ ଟିମ୍ ଇଣ୍ଡିଆ; ରୋହିତ, ବିରାଟଙ୍କ ସହ ଏହି ଖେଳାଳିଙ୍କୁ ମିଳିବ ସୁଯୋଗ

Odisha Sports Bureau