Cricket

ପାକିସ୍ତାନ କ୍ରିକେଟକୁ ବଡ ଝଟକା

ପାକିସ୍ତାନ କ୍ରିକେଟ ପାଇଁ ଲାଗିଛି ବଡ ଝଟକା । ପାକିସ୍ତାନ ପାଇଁ ୯୭ଟି ଟେଷ୍ଟ ଖେଳିଥିବା ଆଝାର ଗତବର୍ଷ ହିଁ ଚୟନକର୍ତା ହୋଇଥିଲେ । କିନ୍ତୁ ପାକିସ୍ତାନ କ୍ରିକେଟ ବୋର୍ଡର କାର୍ଯ୍ୟଶୈଳୀରେ ସେ ବହୁତ ଅସନ୍ତୁଷ୍ଟ ଥିଲେ । ଯେଉଁ କାରଣରୁ ଜାତୀୟ ଚୟନ କମିଟିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ପାକିସ୍ତାନ ଟେଷ୍ଟ ଅଧିନାୟକ ଆଝାର ଅଲ୍ଲୀ । ଏବଂ ଜାତୀୟ କ୍ରିକେଟ ଏକାଡେମୀର ଯୁବ ବିକାଶ ବିଭାଗର ମୁଖ୍ୟ ପଦ ମଧ୍ୟ ଛାଡିଛନ୍ତି । ତେବେ ପୂର୍ବତନ ଟେଷ୍ଟ ଅଧିନାୟକ ସରଫରାଜ ଅହମ୍ମଦଙ୍କୁ ପାକିସ୍ତାନ ଶାହିନ୍ସ ଏବଂ ୧୯ ବର୍ଷରୁ କମ ଦଳ ପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆ ଯାଇଥିଲା । ତେବେ ଆଝାର ଏହି ସପ୍ତାହରେ ହିଁ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି, ଯାହା କି ଗ୍ରହଣ ମଧ୍ୟ ହୋଇଛି । ପାକିସ୍ତାନ ପାଇଁ ୯୭ଟି ଟେଷ୍ଟ ଖେଳିଥିବା ଆଝାର ଗତ ବର୍ଷ ହିଁ ଚୟନକର୍ତ୍ତା ହୋଇଥିଲେ କିନ୍ତୁ ପାକିସ୍ତାନ କ୍ରିକେଟ୍ ବୋର୍ଡର କାର୍ୟ୍ୟଶୈଳୀରେ ସେ ବହୁତ ଅସନ୍ତୁଷ୍ଟ ଥିଲେ।

Related posts

ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍‌ ସମ୍ପର୍କିତ ମାମଲାକୁ ଖାରଜ କଲେ ହାଇକୋର୍ଟ

ବାଙ୍ଗାଲୋର ଓପିଏଲରେ ବାରବାଟୀ ସୁପର କିଙ୍ଗ୍ସ ବିଜୟୀ

Odisha Sports Bureau

ଅଷ୍ଟ୍ରେଲିଆ ମହିଳା ଟିଭି ସାମ୍ବାଦିକାଙ୍କ ସହ ବିରାଟ କୋହଲୀଙ୍କ ଯୁକ୍ତିତର୍କ

Odisha Sports Bureau