Cricket

ରୋହିତଙ୍କ ଦମଦାର ପ୍ରଦର୍ଶନ, ଛକା ମାରି ରଚିଲେ ଇତିହାସ

ମୁମ୍ବାଇ: ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଦୃଢ଼ ଆରମ୍ଭ କରି ମଧ୍ୟ କମ୍ ସମୟରେ ପାଭିଲିୟନ ଫେରିଥିଲେ। କିନ୍ତୁ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛନ୍ତି। ଭାରତୀୟ ଦଳ ପାଇଁ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ରୋହିତ ଶର୍ମା ୨୬ ରନ୍‌ର ଇନିଂସ ଖେଳିଥିଲେ, ଯେଉଁଥିରେ ଦୁଇଟି ଛକା ଏବଂ ତିନୋଟି ଚୌକା ଥିଲା। କାଇଲ୍ ଜାମିସନ୍‌ଙ୍କ ବଲ୍‌ରେ ଏକ ବଡ଼ ଷ୍ଟ୍ରୋକ୍ ଖେଳିବାକୁ ଚେଷ୍ଟା କରୁଥିବା ସମୟରେ ସେ କିୱି ଅଧିନାୟକ ମାଇକେଲ୍ ବ୍ରେସୱେଲଙ୍କ ହାତରେ ଧରାପଡ଼ିଥିଲେ।

ମ୍ୟାଚ୍‌ରେ ଦୁଇଟି ଛକା ମାରି ରୋହିତ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୬୫୦ ଛକା ପୂରଣ କରିଥିଲେ, ଏବଂ ଏପରି କରିବାରେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ତାଙ୍କ ପୂର୍ବରୁ କେହି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏହି ସଫଳତା ପାଇ ନଥିଲେ। ରୋହିତ ଶର୍ମା ଦିନିକିଆ କ୍ରିକେଟ ଇତିହାସରେ ସର୍ବାଧିକ ଛକା ମାରିଥିବା ଓପନିଂ ବ୍ୟାଟସମ୍ୟାନ୍ ମଧ୍ୟ ହୋଇଛନ୍ତି, ଯାହା କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିଛି। ରୋହିତଙ୍କ ପାଖରେ ବର୍ତ୍ତମାନ ଦିନିକିଆ କ୍ରିକେଟରେ ଓପନର ଭାବରେ ୩୨୯ଛକା ଅଛି, ଯେତେବେଳେ କି ଗେଲ୍ ଓପନର ଭାବରେ ୩୨୮ ଛକା ମାରିଥିଲେ।

Related posts

WTC ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନକୁ ଖସିଲା ଭାରତ

Odisha Sports Bureau

IND vs ENG: ଆଜି ତୃତୀୟ ଟି-୨୦; ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିପାରନ୍ତି ଏହି ଖେଳାଳି

ପଦ୍ମଶ୍ରୀ ପୁରସ୍କାର ଘୋଷଣା ପରେ ମୁହଁ ଖୋଲିଲେ ରୋହିତ ଶର୍ମା

Odisha Sports Bureau