Cricket

ଦ୍ୱିତୀୟ ଦିନିକିଆରେ ଏହି ନୂଆ ଚେହେରାକୁ ମିଳିବ ମୌକା, ଅର୍ଶଦୀପ ସିଂହ ହେବେ ବିଦା

ନୂଆଦିଲ୍ଲୀ: ବୁଧବାର ରାଜକୋଟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆରେ ଏକ ସ୍ୱତନ୍ତ୍ର ମ୍ୟାଚ୍ ହେବ। ପ୍ରଥମ ମ୍ୟାଚ୍ ଜିତିବା ପରେ ଟିମ୍ ଇଣ୍ଡିଆ ସିରିଜରେ ୧-୦ରେ ଆଗୁଆ ହୋଇସାରିଛି। ଯଦି ଶୁଭମନ ଗିଲଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ୍ ମଧ୍ୟ ଜିତିଯାଏ, ତେବେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ସେମାନଙ୍କର ଅଦମ୍ୟ ୨-୦ରେ ଆଗୁଆ ରହିବ। ତେଣୁ, ଟିମ୍ ମ୍ୟାନେଜମେଣ୍ଟ ଏକ ଶକ୍ତିଶାଳୀ ଏବଂ ସନ୍ତୁଳିତ ପ୍ଲେଇଂ ଇଲେଭେନ ଉପରେ ଧ୍ୟାନ ଦେବ। ହେଲେ, ଦ୍ୱିତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଆଘାତ ଯୋଗୁଁ ସିରିଜରୁ ବାଦ ପଡ଼ିଛନ୍ତି।ଭଦୋଦରାରେ ପ୍ରଥମ ଦିନିକିଆରେ ବୋଲିଂ କରିବା ସମୟରେ ସେ ସାଇଡ୍ ଷ୍ଟ୍ରେନ୍ ଶିକାର ହୋଇଥିଲେ। ଡାକ୍ତରୀ ଦଳର ପରାମର୍ଶ ପରେ, ତାଙ୍କୁ ବାକି ଦୁଇଟି ମ୍ୟାଚ୍ ପାଇଁ ବିଶ୍ରାମ ଦିଆଯାଇଛି। ସୁନ୍ଦରଙ୍କ ଅନୁପସ୍ଥିତି ଦଳ ମିଶ୍ରଣକୁ ନେଇ ନୂତନ ବିତର୍କ ସୃଷ୍ଟି କରିଛି।

ଆୟୁଷ ବାଦୋନୀ ଘରୋଇ କ୍ରିକେଟରେ ଲଗାତାର ଭଲ ପ୍ରଦର୍ଶନ କରି ଆସିଛନ୍ତି । ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରିଥିଲେ । ତାଙ୍କ ନିକଟରେ ଅଫ ସ୍ପିନ ବୋଲିଂର ବିକଳ୍ପ ରହିଛି ଯାହା ରାଜକୋଟ ଦିନିକିଆରେ ଉପଯୋଗୀ ସାବ୍ୟସ୍ତ ହୋଇପାରେ । ଦଳ ପାଖରେ ନୀତିଶ କୁମାର ରେଡ୍ଡୀ ଏବଂ ଧ୍ରୁବ ଜୁରେଲଙ୍କ ପରି ବିକଳ୍ପ ରହିଛି । ତେବେ ରେଡ୍ଡୀ ଜଣେ ଦ୍ରୁତ ବୋଲର ଅଲରାଉଣ୍ଡର ଏବଂ ଟିମ ପୂର୍ବରୁ ତିନି ଜଣ ଦ୍ରୁତ ବୋଲରଙ୍କୁ ସାମିଲ କରିବାକୁ ଯାଉଛି । ଜୁରେଲ ବ୍ୟାଟିଂ କରି ପାରିବେ କିନ୍ତୁ ବୋଲିଂ କରି ପାରିବେ ନାହିଁ । ତେଣୁ ଦଳର ସନ୍ତୁଳନ ପାଇଁ ଆୟୁଷ ବାଦୋନୀ ଭାରତୀୟ ରଣନୀତି ସହ ଖାପ ଖାଉଛନ୍ତି । ଏହା ବାଦ୍ ଭାରତୀୟ ଦଳରେ ସେମିତି କୌଣସି ବଡ ପରିବର୍ତ୍ତନ ନଜର ଆସୁନାହିଁ । ପୁଣି ଥରେ ଅର୍ଶଦୀପ ସିଂଙ୍କୁ ବାହାରେ ବସିବାକୁ ପଡିପାରେ।

ଭାରତର ସମ୍ଭାବ୍ୟ ପ୍ଲେଇଂ ୧୧: ରୋହିତ ଶର୍ମା, ଶୁଭମନ ଗିଲ୍‌(ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, ଆୟୁଷ ବାଦୋନୀ, କେଏଲ ରାହୁଲ(ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ହର୍ଷିତ ରାଣା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ ।

Related posts

ଆଜିର ମ୍ୟାଚ ସନରାଇଜର୍ସ-ଇଣ୍ଡିଆନ୍ସ ମଧ୍ୟରେ ଦେଖିବାକୁ ମିଳିବ

Odisha Sports Bureau

କିକ୍ରେଟକୁ ଅଲବିଦା କଲେ ଇରଫାନ ପଠାନ

Odisha Sports Bureau

ଆଜି ହେଉଛି ଏହି କିମ୍ବଦନ୍ତି କ୍ରିକେଟ ଯୁବରାଜ ସିଂ ଙ୍କ ଜନ୍ମଦିନ

Odisha Sports Bureau