Cricket

ଭାରତର ବଡ଼ ବିଜୟ, ଅନେକ ପ୍ରଚେଷ୍ଟା ପରେ ବି ଜିତିପାରିଲାନି ବାଂଲାଦେଶ

ନୂଆଦିଲ୍ଲୀ:୧୯ ବର୍ଷରୁ କମ ବିଶ୍ଵକପରେ ଭାରତର ଦମଦାର ବିଜୟ। ଟୁର୍ଣ୍ଣାମେଣ୍ଟରେ ନିଜର ଦ୍ଵିତୀୟ ମ୍ୟାଚରେ ଭାରତ ରୋମାଞ୍ଚକର ମୁକାବିଲାରେ ବାଂଲାଦେଶକୁ ୧୮ ରନରେ ମାତ୍ ଦେଇଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚକୁ ଡକ ଓ୍ଵର୍ଥ ଲୁଇସ ନିୟମରେ ଜିତି କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି ଆୟୁଷ ମହାତ୍ରେଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ଆଉ ମ୍ୟାଚରେ ହିରୋ ସାଜିଛନ୍ତି ବିହାନ ମାଲହୋତ୍ରା। ସେ ୪ ଓଭରରେ ୪ ଓ୍ଵିକେଟ୍ ନେଇଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୩୮ ରନ କରିଥିଲା। ବୈଭବ ସୂର୍ଯ୍ୟବଂଶୀ ୭୨ ରନ ଓ ଅଭିଜ୍ଞାନ କୁଣ୍ଡୁ ୮୦ ରନ କରିଥିଲେ। ବାଂଲାଦେଶକୁ ଡିଏଲଏସ ଅନୁସାରେ, ୨୯ ଓଭରରେ ୧୬୫ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ଜବାବରେ ଦଳ ୧୪୬ ରନ କରି ପାରିଛି।

ଏହି ମ୍ୟାଚ୍ କୁଇନ୍ସ ସ୍ପୋର୍ଟ୍ସ କ୍ଲବରେ ଖେଳାଯାଇଥିଲା। ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ବର୍ଷା ଯୋଗୁଁ ମ୍ୟାଚ୍ ପ୍ରତ୍ୟେକ ୪୯ ଓଭରକୁ ହ୍ରାସ କରାଯାଇଥିଲା। ଭାରତ ପ୍ରାରମ୍ଭରେ ଅଧିନାୟକ ଆୟୁଷ ମହାତ୍ରେ, ବେଦାନ୍ତ ତ୍ରିବେଦୀ ଏବଂ ବିହାନ ମାଲହୋତ୍ରାଙ୍କୁ ଶୀଘ୍ର ହରାଇ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।ଏହା ପରେ ବୈଭବ ସୂର୍ଯ୍ୟବଂଶୀ ଏବଂ ଅଭିଜ୍ଞାନ କୁଣ୍ଡୁ ଟିମ୍ ଇଣ୍ଡିଆ ପାଇଁ ଇନିଂସକୁ ସ୍ଥିର କରିଥିଲେ। ସୂର୍ଯ୍ୟବଂଶୀ ୬୭ ବଲ୍ ସାମ୍ନା କରି ୭୨ ରନ୍ କରିଥିଲେ, ଯେଉଁଥିରେ ଛଅ ଚୌକା ଏବଂ ତିନୋଟି ଛକା ସାମିଲ ଥିଲା। ଅଭିଜ୍ଞାନ କୁଣ୍ଡୁ ମଧ୍ୟ ୧୧୨ ବଲ୍ ରୁ ୮୦ ରନ୍ କରି ଦଳକୁ ସ୍ଥିର କରିଥିଲେ। ସେ ତାଙ୍କ ଇନିଂସରେ ୪ ଚୌକା ଏବଂ ୩ ଛକା ମାରିଥିଲେ। କନିଷ୍କ ଚୌହାନ ମଧ୍ୟ ୨୬ ବଲ୍ ରୁ ୨୮ ରନ୍ ଯୋଡ଼ି ଟିମ୍ ଇଣ୍ଡିଆକୁ ୪୮.୪ ଓଭରରେ ୨୩୮ ରନ୍ ରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ। ବାଂଲାଦେଶ ପାଇଁ ଅଲ୍ ଫହାଦ ଚମତ୍କାର ବୋଲିଂ କରି ପାଞ୍ଚଟି ୱିକେଟ୍ ନେଇଥିଲେ।

Related posts

ଗୁପଚୁପ ବିକାଳିରୁ ଷ୍ଟାର କ୍ରିକେଟର : ଯଶସ୍ୱୀ ଜୟସ୍ୱାଲ

ଭାରତ-ଦକ୍ଷିଣ ଆଫ୍ରିକା ସିରିଜ ଜାରି

Odisha Sports Bureau

ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ହରାଇଛି ଲକ୍ଷ୍ନୌ ସୁପରଜାୟାଣ୍ଟସ

Odisha Sports Bureau