Cricket

ବିରାଟ, କୋହଲିଙ୍କ ସମେତ ୧୧ ଖେଳାଳି T20 ବିଶ୍ଵକପରୁ ବାହାର

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଭାରତୀୟ କ୍ରିକେଟ୍ ଦଳର ଚିନ୍ତା ବଢ଼ାଇ ଦେଇଛି। ମାଇକେଲ୍ ବ୍ରେସୱେଲ୍‌ଙ୍କ ଅଧିନାୟକତ୍ୱରେ କିୱି ଦଳ ଇତିହାସ ରଚିଛି, କାରଣ ଭାରତ ମାଟିରେ ପ୍ରଥମଥର ପାଇଁ ଟିମ୍‌ ଇଣ୍ଡିଆକୁ ଏକ ଓଡ଼ିଆଇ ସିରିଜ୍‌ରେ ହରାଇଛି। ଏବେ ୨୧ ଜାନୁଆରୀରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍‌ ଉପରେ ସବୁଙ୍କ ନଜର ରହିଛି।

ଏହି ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ମାତ୍ର ୩ ଦିନ ମଧ୍ୟରେ ODI ସ୍କ୍ୱାଡ୍‌ର ୧୧ ଜଣ ଖେଳାଳି T20 ସିରିଜ୍‌ରୁ ବାହାର ହୋଇଯାଇଛନ୍ତି। ଏହି ୧୧ ଜଣଙ୍କ ମଧ୍ୟରେ ରୋହିତ୍ ଶର୍ମା ଓ ବିରାଟ୍ କୋହଲିଙ୍କ ନାମ ମଧ୍ୟ ରହିଛି। ଦୁହେଁ T20 ଫର୍ମାଟ୍‌ରୁ ସନ୍ନ୍ୟାସ ନେଇଥିବାରୁ ନ୍ୟୁଜିଲାଣ୍ଡ ବିରୋଧରେ ଏହି ସିରିଜ୍‌ରେ ଖେଳିବେ ନାହିଁ। ଶୁଭମନ୍ ଗିଲ୍‌ ମଧ୍ୟ T20 ସିରିଜ୍‌ରେ ଦେଖାଯିବେ ନାହିଁ, କାରଣ ଚୟନ ସମିତି ତାଙ୍କୁ T20 ୱାର୍ଲ୍ଡ କପ୍‌ ୨୦୨୬ ପ୍ଲାନ୍‌ରୁ ବାହାରେ ରଖିଛି। ସେ T20 ୱାର୍ଲ୍ଡ କପ୍‌ର ଭାରତୀୟ ସ୍କ୍ୱାଡ୍‌ର ଅଂଶ ମଧ୍ୟ ନୁହେଁ। ଓଡ଼ିଆଇ ଦଳରେ ଥିବା ଦୁଇ ୱିକେଟକିପର କେ.ଏଲ୍ ରାହୁଲ୍‌ ଓ ଧୃବ ଜୁରେଲ୍‌ ମଧ୍ୟ T20 ଦଳରୁ ବାହାର ରହିଛନ୍ତି। ତାଙ୍କ ସ୍ଥାନରେ ସଞ୍ଜୁ ସ୍ୟାମସନ୍‌ ଓ ଇଶାନ୍ କିଶାନ୍‌ଙ୍କୁ T20 ସ୍କ୍ୱାଡ୍‌ରେ ସାମିଲ କରାଯାଇଛି।

ବାହାରିଥିବା ୧୧ ଖେଳାଳି ହେଉଛନ୍ତି – ରୋହିତ୍ ଶର୍ମା, ବିରାଟ୍ କୋହଲି, ଶୁଭମନ୍ ଗିଲ୍‌, ଯଶସ୍ୱୀ ଜୟସୱାଲ୍‌, କେ.ଏଲ୍ ରାହୁଲ୍‌, ଧୃବ ଜୁରେଲ୍‌, ଆୟୁଷ ବଡୋନି, ରବିନ୍ଦ୍ର ଜାଡେଜା, ନିତୀଶ କୁମାର ରେଡ୍ଡି, ପ୍ରସିଦ୍ଧ କୃଷ୍ଣା ଓ ମହମ୍ମଦ ସିରାଜ୍‌।

ଭାରତ–ନ୍ୟୁଜିଲାଣ୍ଡ T20 ସିରିଜ୍‌ ୨୧ ଜାନୁଆରୀରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ଖେଳାଯିବ। T20 ୱାର୍ଲ୍ଡ କପ୍‌ ୨୦୨୬ ପୂର୍ବରୁ ଏହା ଉଭୟ ଦଳର ଶେଷ T20 ସିରିଜ୍‌ ହେବ।

T20 ସିରିଜ୍‌ ସୂଚୀ:
• ପ୍ରଥମ T20 – ୨୧ ଜାନୁଆରୀ (ନାଗପୁର)
• ଦ୍ୱିତୀୟ T20 – ୨୩ ଜାନୁଆରୀ (ରାୟପୁର)
• ତୃତୀୟ T20 – ୨୫ ଜାନୁଆରୀ (ଗୁୱାହାଟି)
• ଚତୁର୍ଥ T20 – ୨୮ ଜାନୁଆରୀ (ଭିଶାଖାପଟ୍ଟଣମ୍)
• ପଞ୍ଚମ T20 – ୩୧ ଜାନୁଆରୀ (ତିରୁଅନନ୍ତପୁରମ୍)

Related posts

ଧୋନୀଙ୍କ ଧାକ୍କଡ ଫ୍ୟାନ

Odisha Sports Bureau

ଟିମ୍ ଇଣ୍ଡିଆରେ ବଡ ପରିବର୍ତ୍ତନ, ରୋହିତ ହେଲେ ଉପ-ଅଧିନାୟକ, ଉମେଶଙ୍କ ସ୍ଥାନରେ ନଟରାଜନ୍

Odisha Sports Bureau

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ନୂତନ ସଭାପତି ଘୋଷଣା

Odisha Sports Bureau