Cricket

ଟସ ଜିତିଲା ଭାରତ; ବୋଲିଂ ସହ ମ୍ୟାଚ ଆରମ୍ଭ କରିବ ଟିମ୍ ଇଣ୍ଡିଆ

AndhraPradesh: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ଚତୁର୍ଥ ମ୍ୟାଚ୍ ଆଜି ବିଶାଖାପାଟଣାର ACA–VDCA କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଲଗାତାର ତିନୋଟି ମ୍ୟାଚ୍ ଜିତି ପୂର୍ବରୁ ହିଁ ସିରିଜ ନିଜ ନାମରେ କରିସାରିଛି। ତଥାପି ଆଜିର ମ୍ୟାଚ୍‌ରେ ଭାରତ ଜୟର ଧାରା ଜାରି ରଖିବାକୁ ଚେଷ୍ଟା କରିବ।

ସମସ୍ତଙ୍କ ନଜର ସଞ୍ଜୁ ସାମସନଙ୍କ ଉପରେ ରହିଛି। ପ୍ରଥମ ତିନୋଟି ମ୍ୟାଚ୍‌ରେ ଆଶା ଅନୁଯାୟୀ ପ୍ରଦର୍ଶନ କରିପାରିନଥିବା ସଞ୍ଜୁଙ୍କ ପାଇଁ ଏହି ମ୍ୟାଚ୍ ‘କର ବା ମର’ ଭଳି ହୋଇପାରେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିଥିବା ବେଳେ, ତୃତୀୟ ଟି-ଟ୍ୱେଣ୍ଟିରେ ୧୪ ବଲରେ ଅର୍ଦ୍ଧଶତକ ହାସଲ କରିଥିବା ଯୁବ ଓପନର ଅଭିଷେକ ଶର୍ମା ଆଜି ମଧ୍ୟ ଏକ ବିସ୍ଫୋରକ ଇନିଂସ ଖେଳିବେ ବୋଲି ଆଶା କରାଯାଉଛି।

ଦଳ ଚୟନରେ ପରିବର୍ତ୍ତନ କରାଯାଇ ଇଶାନ କିଷାନଙ୍କୁ ବାଦ ଦିଆଯାଇଛି ଓ ତାଙ୍କ ସ୍ଥାନରେ ଅର୍ଶଦୀପ ସିଂହଙ୍କୁ ସୁଯୋଗ ମିଳିଛି। ଅନ୍ୟପଟେ, ନ୍ୟୁଜିଲ୍ୟାଣ୍ଡ ଦଳ ପୂର୍ବ ମ୍ୟାଚ୍‌ର ହାରର ପ୍ରତିଶୋଧ ନେବା ପାଇଁ ମଇଦାନକୁ ଓହ୍ଲାଇଛି। ଗତ ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଆଗରେ ନ୍ୟୁଜିଲ୍ୟାଣ୍ଡ ମାତ୍ର ୧୫୩ ରନ କରିପାରିଥିଲା ଏବଂ ଭାରତ ୧୦ ଓଭରରେ ମ୍ୟାଚ୍ ସମାପ୍ତ କରି ସହଜ ବିଜୟ ହାସଲ କରିଥିଲା।

ଭାରତୀୟ ଦଳ: ଅଭିଷେକ ଶର୍ମା, ସଞ୍ଜୁ ସାମସନ (WK), ସୂର୍ଯ୍ୟକୁମାର ଯାଦବ (C), ରିଙ୍କୁ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, ହର୍ଷିତ ରାଣା, ରବି ବିଷ୍ନୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଜସପ୍ରିତ ବୁମରାହ।

ନ୍ୟୁଜଲ୍ୟାଣ୍ଡ ଦଳ: ଟିମ୍ ସେଫର୍ଟ (WK), ଡେଭନ୍ କନୱେ, ରାଚିନ୍ ରବିନ୍ଦ୍ର, ଗ୍ଲେନ୍ ଫିଲିପ୍ସ, ମାର୍କ ଚାପମ୍ୟାନ୍, ଡାରିଲ୍ ମିଚେଲ୍, ମିଚେଲ୍ ସାଣ୍ଟନର (C), ଜାକରି ଫୁଲ୍କେସ୍, ମ୍ୟାଟ୍ ହେନରୀ, ଇଶ୍ ସୋଢ଼ି, ଜାକବ୍ ଡଫି।

Related posts

୧୫ ମହଲା ବାଲକୋନୀରୁ ଚହଲଙ୍କୁ ଝୁଲାଇଥିବା କ୍ରିକେଟରଙ୍କ ପାଇଁ ‘ଲାଇଫ ଟାଇମ ବ୍ୟାନ’ ଦାବି କଲେ ରବି ଶାସ୍ତ୍ରୀ

ପିଙ୍କ ବଲ ଓଜନିଆ: ବିରାଟ

Odisha Sports Bureau

କାର ଉପରେ ସ୍ପାଇଡର ମ୍ୟାନ ପୋଜ ଦେଲେ ଶୁଭମନ ଗିଲ୍