Cricket

ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତ ସହ ଖେଳିବ ନାହିଁ ପାକିସ୍ତାନ, ଫେବୃଆରୀ ୧୫ ମ୍ୟାଚ୍ ବର୍ଜନ

ନୂଆଦିଲ୍ଲୀ: ପୁଣିଥରେ ନଖରାମି ଦେଖାଇଛି ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB)। ଟି-୨୦ ବିଶ୍ୱକପ୍ ୨୦୨୬କୁ ନେଇ ପାକିସ୍ତାନ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟୁର୍ଣ୍ଣାମେଣ୍ଟରେ ଭାରତ ସହିତ ମୁକାବିଲା ନ କରିବାକୁ ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି। ଫେବୃଆରୀ ୧୫ ତାରିଖରେ ହେବାକୁ ଥିବା ଏହି ହାଇଭୋଲଟେଜ ଭାରତ–ପାକିସ୍ତାନ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ବର୍ଜନ କରିବାକୁ ପାକିସ୍ତାନ ଘୋଷଣା କରିଛି। ଏହି ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବାର ଥିଲା।

ରବିବାର ପାକିସ୍ତାନ ସରକାର କହିଛନ୍ତି ଯେ ତାଙ୍କ ଦଳ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବ, କିନ୍ତୁ ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବ ନାହିଁ। ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ବାହାରିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଶାହବାଜ ଶରିଫ ସରକାର ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ କରିନାହାନ୍ତି ଯେ ସେମିଫାଇନାଲ କିମ୍ବା ପରବର୍ତ୍ତୀ ପର୍ଯ୍ୟାୟରେ ଭାରତ ସହ ଖେଳିବେ କି ନାହିଁ। ତେବେ ବର୍ତ୍ତମାନ ପାଇଁ ଫେବୃଆରୀ ୧୫ର ଲିଗ୍ ମ୍ୟାଚ୍ ବର୍ଜନ ନିଷ୍ପତ୍ତି ସ୍ଥିର ହୋଇଛି।

୨୦୨୬ ଟି-୨୦ ବିଶ୍ୱକପ୍ ପାକିସ୍ତାନ ଓ ନେଦରଲ୍ୟାଣ୍ଡ୍‌ସ ମଧ୍ୟରେ ମ୍ୟାଚ୍ ସହିତ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ମୋଟ ୩ଟି ମ୍ୟାଚ୍ ଖେଳାଯିବ। କଲମ୍ବୋରେ ପାକିସ୍ତାନ–ନେଦରଲ୍ୟାଣ୍ଡ୍‌ସ ମୁକାବିଲା ସକାଳ ୧୧ଟାରେ ଆରମ୍ଭ ହେବ। କୋଲକାତାର ଇଡେନ୍ ଗାର୍ଡେନରେ ୱେଷ୍ଟଇଣ୍ଡିଜ୍–ସ୍କଟଲାଣ୍ଡ ମ୍ୟାଚ୍ ଅପରାହ୍ନ ୩ଟାରେ ଖେଳାଯିବ। ଭାରତ ମୁମ୍ବାଇରେ ଆମେରିକା ବିପକ୍ଷରେ ସନ୍ଧ୍ୟା ୭ଟାରେ ପ୍ରଥମ ମ୍ୟାଚ୍ ଖେଳିବ। ୨୦୨୬ ଟି-୨୦ ବିଶ୍ୱକପ୍‌ରେ ୨୦ଟି ଦଳକୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଭାରତ ଓ ପାକିସ୍ତାନ ଗ୍ରୁପ୍ Aରେ ରହିଛନ୍ତି। ଏହି ଗ୍ରୁପ୍‌ରେ ଆମେରିକା ଓ ନେଦରଲ୍ୟାଣ୍ଡ୍‌ସ ମଧ୍ୟ ଅଛନ୍ତି।

Related posts

ଏସିଆ କପ୍ ପାଇଁ ପାକିସ୍ତାନ ଦଳ ଘୋଷଣା; ବାବର ଆଜାମଙ୍କ ସମେତ ଏହି ଖେଳାଳି ସ୍ଥାନ ପାଇଛନ୍ତି

Odisha Sports Bureau

ଏସିଆ କପ୍ ବାହାନାରେ ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ଭାରତ; ଟିମ୍ ଇଣ୍ଡିଆ ଖେଳାଳିଙ୍କ ପାଇଁ ‘ଅଗ୍ନି ପରୀକ୍ଷା’

Odisha Sports Bureau

ହାର୍ଦ୍ଦକଙ୍କ ଫିଟନେସକୁ ନେଇ ଆସିଲା ବଡ ଖବର , ଖୁବ୍ ଶୀଘ୍ର ପଡିଆକୁ ଫେରିବେ ଷ୍ଟାର ଅଲରାଉଣ୍ଡର

Odisha Sports Bureau