Cricket

PCBକୁ ICCର ବଡ଼ ଝଟକା, ୪ଟି ଯାକ ଦାବିକୁ କଲା ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ପାଖେଇ ଆସୁଥିବା ବେଳେ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB)କୁ ବଡ଼ କୂଟନୈତିକ ଝଟକା ଲାଗିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) PCB ପକ୍ଷରୁ ରଖାଯାଇଥିବା ଚାରୋଟି ପ୍ରମୁଖ ଦାବିକୁ ପ୍ରତ୍ୟାଖ୍ୟାନ କରିଛି ବୋଲି ସୂଚନା ମିଳିଛି। ସମ୍ପ୍ରତି ICCର ଏକ ପ୍ରତିନିଧିମଣ୍ଡଳ ପାକିସ୍ତାନ ଗସ୍ତରେ ଯାଇ PCB ମୁଖ୍ୟ ମୋହସିନ୍ ନକଭିଙ୍କ ନେତୃତ୍ୱରେ ଆଲୋଚନା କରିଥିଲା। ଏହି ଆଲୋଚନା ସମୟରେ PCB ଭାରତ ସହିତ ଦ୍ୱିପାକ୍ଷିକ ସିରିଜ୍ ପୁନଃ ଆରମ୍ଭ ସହିତ ସମ୍ପୃକ୍ତ ଚାରୋଟି ଦାବି ICC ସମ୍ମୁଖରେ ଉପସ୍ଥାପନ କରିଥିଲା।

ICC ସୂତ୍ର ଅନୁଯାୟୀ, ଚାରୋଟି ଦାବି ମଧ୍ୟରୁ କେବଳ ଗୋଟିଏକୁ ସିଦ୍ଧାନ୍ତତଃ ଗ୍ରହଣ କରାଯାଇଥିବା ବେଳେ, ବାକି ତିନୋଟି ଦାବିକୁ ICC ତାହାର କ୍ଷେତ୍ରାଧିକାର ବାହାରେ ବୋଲି ଦର୍ଶାଇ ପ୍ରତ୍ୟାଖ୍ୟାନ କରିଛି। PCB ପକ୍ଷରୁ ରଖାଯାଇଥିବା ଚାରୋଟି ଦାବି ହେଲା, ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ୍ ପୁନଃ ଆରମ୍ଭ କରାଯାଉ ଏବଂ ଏହାକୁ ନିରପେକ୍ଷ ସ୍ଥାନରେ ଆୟୋଜନ କରାଯାଉ, ICC ରାଜସ୍ୱ ବଣ୍ଟନରେ ପାକିସ୍ତାନର ଅଂଶକୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସମାନ କରାଯାଉ, BCCI ପାକିସ୍ତାନୀ ଦଳ ସହିତ ହାତ ମିଳାଇବା (ହ୍ୟାଣ୍ଡସେକ୍) ନୀତିକୁ ବନ୍ଦ କରିବା ଉଚିତ ଏବଂ ପାକିସ୍ତାନ ବାଂଲାଦେଶକୁ ସମର୍ଥନ କରି ICC ସମ୍ମୁଖରେ ଦାବି କରିଥିଲା ଯେ, ୨୦୨୬ ଟି-୨୦ ବିଶ୍ୱକପ୍‌ରୁ ବାଦ ପଡ଼ିଥିବା ବାଂଲାଦେଶକୁ ପୂର୍ଣ୍ଣ କ୍ଷତିପୂରଣ ଦିଆଯାଉ। ଏବେ ଏହି ସମସ୍ତ ଦାବିକୁ ପତ୍ୟାଖ୍ୟାନ କରିଛି ICC ।

Related posts

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ବେଣ୍ଟି ଶୃଙ୍ଖଳା ଜିତିଲା ଭାରତ

Odisha Sports Bureau

ଶିଖର-ଆୟେଶାଙ୍କ ବିବାହ ଉଚ୍ଛେଦ

Odisha Sports Bureau

‘ଆନ୍ତର୍ଜାତୀୟ ଆଇନ କେଉଁଠି?’ ବୋମା ବିସ୍ଫୋରଣ ପାଇଁ ପାକିସ୍ତାନ ଉପରେ ବର୍ଷିଲେ କ୍ରିକେଟର

Odisha Sports Bureau