Cricket

ICC ନେଲା ବଡ଼ ନିଷ୍ପତ୍ତି, ଏକାଠି ବସିବେ BCCI-PCB

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୬ ପୂର୍ବରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମ୍ୟାଚ୍ ନେଇ ବଡ଼ ପରିବର୍ତ୍ତନ ଦେଖାଯାଇଛି। ପାକିସ୍ତାନ ଏବେ ଭାରତ ବିପକ୍ଷରେ ଖେଳିବାକୁ ରାଜି ହୋଇଛି। ଲାହୋରରେ ICC, BCB (ବାଂଲାଦେଶ କ୍ରିକେଟ୍ ବୋର୍ଡ) ଓ PCB (ପାକିସ୍ତାନ କ୍ରିକେଟ୍ ବୋର୍ଡ) ମଧ୍ୟରେ ହୋଇଥିବା ବୈଠକ ପରେ ଏହି ସିଦ୍ଧାନ୍ତ ହୋଇଛି। ବାଂଲାଦେଶ କ୍ରିକେଟ୍ ବୋର୍ଡ ସଭାପତି ଅମିନୁଲ ଇସଲାମ କହିଛନ୍ତି ଯେ, ICC ପାଞ୍ଚଟି ପ୍ରମୁଖ ଏସୀୟ କ୍ରିକେଟ୍ ଦେଶକୁ ନେଇ ଏକ ହାଇ-ପ୍ରୋଫାଇଲ୍ ବୈଠକ ଡାକିଛି। ଏହି ବୈଠକ ୧୫ ଫେବୃଆରୀରେ କଲମ୍ବୋରେ ଭାରତ-ପାକିସ୍ତାନ ମ୍ୟାଚ୍ ସମୟରେ ହେବ।

ଏକ ବାଂଲାଦେଶୀ ଚ୍ୟାନେଲକୁ ସାକ୍ଷାତକାର ଦେଇ ଅମିନୁଲ ଇସଲାମ କହିଛନ୍ତି ଯେ, ପାକିସ୍ତାନ ପ୍ରଥମେ କେବଳ ଭାରତ ବିପକ୍ଷ ମ୍ୟାଚ୍ ନୁହେଁ, ସମ୍ପୂର୍ଣ୍ଣ ଟି-୨୦ ବିଶ୍ୱକପ୍ ୨୦୨୬ ଟୁର୍ଣ୍ଣାମେଣ୍ଟକୁ ବହିଷ୍କାର କରିବାକୁ ଚିନ୍ତା କରୁଥିଲା। ସେ ଦାବି କରିଛନ୍ତି ଯେ, ବହିଷ୍କାର କଲେ ତାହାର ଆନ୍ତର୍ଜାତୀୟ ପରିଣାମ କ’ଣ ହେବ ସେନେଇ ସେ ବ୍ୟକ୍ତିଗତ ଭାବେ PCB ଅଧ୍ୟକ୍ଷ ମୋହସିନ ନକଭିଙ୍କୁ ବୁଝାଇଥିଲେ। ସୂଚନା ଅନୁଯାୟୀ, ଲାହୋର ବୈଠକରେ ପାକିସ୍ତାନ ICC ସମ୍ମୁଖରେ କିଛି ଦାବି ରଖିଥିଲା। ବାଂଲାଦେଶ ପାଇଁ କ୍ଷତିପୂରଣ ଦାବି ଗୃହୀତ ହୋଇଛି। ICC ରାଜସ୍ୱରେ ପାକିସ୍ତାନର ଅଂଶ ବୃଦ୍ଧି ନେଇ ବିଚାର କରାଯିବ ବୋଲି କୁହାଯାଇଛି। ଏହା ପରେ ପାକିସ୍ତାନ ଭାରତ ସହ ମ୍ୟାଚ୍ ଖେଳିବାକୁ ରାଜି ହୋଇଥିବା ଜଣାପଡ଼ିଛି।

ଭାରତ-ପାକିସ୍ତାନ ମ୍ୟାଚ୍ ୧୫ ଫେବୃଆରୀରେ କଲମ୍ବୋରେ ଖେଳାଯିବ। ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭:୦୦ଟାରେ ଆରମ୍ଭ ହେବ। ଉଭୟ ଦଳ ଗ୍ରୁପ୍ ‘ଏ’ରେ ଅଛନ୍ତି। ICCର ପ୍ରସ୍ତାବିତ ବୈଠକର ସଠିକ୍ ଏଜେଣ୍ଡା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ, କ୍ରିକେଟ୍ ସମ୍ପର୍କ ସୁଧାରିବା ଏବଂ ବୟକଟ୍ ବିବାଦକୁ ଶାନ୍ତ କରିବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ଅନୁମାନ କରାଯାଉଛି।

Related posts

ନୂଆ ଅଧିନାୟକ ସନ୍ଧାନରେ ଲକ୍ଷ୍ନୌ ସୁପର ଜିଆଣ୍ଟସ

Odisha Sports Bureau

ବାଂଲାଦେଶ ପରେ ପାକିସ୍ତାନ ବି ବାହାରିପାରେ T20 ବିଶ୍ଵ କପରୁ, ସାମ୍ନାକୁ ଆସିଲା ନୂଆ ରିପୋର୍ଟ

Odisha Sports Bureau

ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ ତରଫରୁ ଅର୍ଜୁନଙ୍କ ତେନ୍ଦୁଲକରଙ୍କ ଦମଦାର ବୋଲିଙ୍ଗ ଦେଖିବାକୁ ମିଳିଥିଲା

Odisha Sports Bureau