Badminton

‘ସ୍ପାନିଶ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ-୨୦୨୬’ରେ ଭାରତୀୟ ଖେଳାଳିଙ୍କ ଜଲୱା

ପୁଣିଥରେ ବିଦେଶ ମାଟିରେ ଉଡ଼ିଲା ତ୍ରିରଙ୍ଗା । ସ୍ପେନର ଭିଟୋରିଆଠାରେ ଅନୁଷ୍ଠିତ ‘ସ୍ପାନିଶ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ-୨୦୨୬’ରେ ଭାରତୀୟ ଖେଳାଳିମାନେ ନିଜର ଜଲୱା ଦେଖାଇଛନ୍ତି । ବିଶେଷ କରି ଓଡ଼ିଶାର ଗର୍ବ ତଥା ପାରାଲିମ୍ପିକ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ତାଙ୍କ ସହ ସୁକାନ୍ତ କଦମ ମଧ୍ୟ ଚମତ୍କାର ଖେଳ ପ୍ରଦର୍ଶନ କରି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି ।

Image

ପ୍ରମୋଦ ଭଗତ ପୁରୁଷ ସିଙ୍ଗଲ୍ସ ବର୍ଗର ଫାଇନାଲରେ ଖେଳାଳି ନୀତିଶ କୁମାରଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି। ପ୍ରାୟ ୫୧ ମିନିଟ୍ ଧରି ଚାଲିଥିବା ଏହି ରୋମାଞ୍ଚକର ମ୍ୟାଚରେ ପ୍ରମୋଦ ୨୧-୧୭, ୧୦-୨୧ ଓ ୨୧-୧୮ ସେଟରେ ବିଜୟୀ ହୋଇଥିଲେ। ସେହିପରି ମିକ୍ସଡ୍ ଡବଲ୍ସରେ ପ୍ରମୋଦ ମନୀଷା ରାମଦାସଙ୍କ ସହ ମିଶି ସେ ବ୍ରାଜିଲର ଯୋଡ଼ିଙ୍କୁ ହରାଇ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ବ୍ୟତୀତ ସୁକାନ୍ତ କଦମଙ୍କ ସହ ମିଶି ସେ ପୁରୁଷ ଡବଲ୍ସରେ ଏକ ରୌପ୍ୟ ପଦକ ମଧ୍ୟ ଜିତିଛନ୍ତି।

 

Related posts

ବିଶ୍ୱ ଜୁନିୟର ବ୍ୟାଡମିଣ୍ଟନ ମିଶ୍ରିତ ଟିମ୍ ଚମ୍ପିଆନସିପରେ ଭାରତର ବିଜୟ

Odisha Sports Bureau

୩୩ତମ ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍ଘାଟିତ

Odisha Sports Bureau

ସେୟଦ ମୋଦି ଇଣ୍ଟରନ୍ୟାସନାଲ କ୍ୱାଟର ଫାଇନାଲରେ ସାଇନା–ସାଈ ପ୍ରଣୀତ

Odisha Sports Bureau