Badminton

କମାଲ କଲେ କିଟ୍ ଛାତ୍ରୀ ପଣ୍ଡା ସିଷ୍ଟର୍ସ

ଲାଗୋସ : ପଣ୍ଡା ସିଷ୍ଟର୍ସଙ୍କ କମାଲ | ଭାରତୀୟ ଷ୍ଟାର୍ ସଟଲର ଯୋଡି କିଟ୍ ଛାତ୍ରୀ ଋତୁପର୍ଣ୍ଣା ପଣ୍ଡା ଓ ତାଙ୍କ ଭଉଣୀ ଶ୍ବେତପର୍ଣ୍ଣା ପଣ୍ଡା ପୁଣି ଅନ୍ତର୍ଜାତୀୟ ସ୍ତରରେ ନିଜ ପରିଦର୍ଶିତା ଦେଖାଇଛନ୍ତି | ରବିବାର ଲାଗୋସରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ କ୍ଲାସିକ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ମହିଳା ଡବଲ୍ସରେ ବ୍ରୋଞ୍ଜ ପଦକ ନିଜ ନାଁ ରେ କରିଛନ୍ତି ୨ ଭଉଣୀ ।

ସେମିଫାଇନାଲରେ ଋତୁପର୍ଣ୍ଣା-ଶ୍ବେତପର୍ଣ୍ଣା ଯୋଡି ୧୫-୨୧, ୭-୨୧ରେ ମାଲେସିଆର ପାଓଲା କିଓଲ କାଓ ହକ୍ ଏବଂ ଲୁରେଲ ଲାମ ଯୋଡିଙ୍କ ନିକଟରୁ ପରାଜିତ ହୋଇ ତୃତୀୟ ସ୍ଥାନରେ ରହିଥିଲେ । ନିକଟରେ ଋତୁପର୍ଣ୍ଣା-ଶ୍ବେତପର୍ଣ୍ଣା ଯୋଡି କାମେରୁନ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଚାମ୍ପିଅନ ହୋଇଥିଲେ ।

Related posts

ବିଶ୍ବର ଶ୍ରେଷ୍ଠ ୨୫ ଆୟକାରୀ ମହିଳା ଆଥ୍ଲେଟଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ପିଭି ସିନ୍ଧୁ

Odisha Sports Bureau

ଡେନମାର୍କ ଓପନର ଦ୍ୱିତୀୟ ରାଉଣ୍ଡରେ ପି.ଭି ସିନ୍ଧୁ

Odisha Sports Bureau

ସାରଲୋରଲକ୍ସ୍ ଓପନରୁ ବିଦାୟ ନେଲେ ଅଜୟ ଏବଂ ଶୁଭଙ୍କର

Odisha Sports Bureau